July 3, 2024
Share

*ଖବର ଆଜିର*
ତାରିଖ ୧୫/୧୦/୨୦୨୩ ରବିବାର ।।
ବୋଲରଙ୍କ ଘାତକ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂରେ ପାକିସ୍ତାନ ଧରାଶାୟୀ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତ ବିଶ୍ଵକପ୍ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ହରାଇଛି।

ପାକିସ୍ତାନ ବିରୋଧରେ ଭାରତର ବିଶାଳ ବିଜୟ ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ।

ପାଖାପାଖି ୪ ଦଶନ୍ଧୀ ପରେ ତାମିଲନାଡୁର ପୂର୍ବଉପକୂଳ ନାଗପଟ୍ଟିନମ ଓ ଶ୍ରୀଲଙ୍କାର ଉତ୍ତର ପ୍ରାନ୍ତ କାଙ୍କେସନ୍ଥୁରାଇ ମଧ୍ୟରେ ଏକ ବେଗବାନ ଅନ୍ତର୍ଜାତୀୟ ନୌକା ସେବା ଶନିବାର ଶୁଭାରମ୍ଭ ହୋଇଛି।

ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରେ ପଶିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ ।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ୧୮ ଦିନ ଆଗୁଆ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ।

ପୁଣି ଆନ୍ଧ୍ରର ଅନୁପ୍ରବେଶ । କୋଟାପୁଟ ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ ।

ଏକମାତ୍ର ଓଡ଼ିଆ ଭାବରେ,ସମ୍ମାନଜନକ ‘ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩’ରେ ସ୍ଥାନ ପାଇଛନ୍ତି ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ।

ହମାସ୍‌କୁ ଇସ୍ରା‌ଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ‌ଲ‌ଢ଼େଇରେ କୌଣସି ସୀମା ରହିବନି ।

ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ ।

ଇସ୍ରାଏଲ-ହମାସ ଯୁଦ୍ଧର କୁ ପ୍ରଭାବ: ଭାରତୀୟଙ୍କ କପାଳରେ ପୁଣି ମହଙ୍ଗା ମାଡ଼; ବଢ଼ିପାରେ ଟିଭି, ୱାସିଂମେସିନ ଭଳି ସାମଗ୍ରୀ ମୂଲ୍ୟ ।

ହମାସକୁ ବିଜୟ ଉତ୍ସର୍ଗ କରିପାରିବ ନାହିଁ ପାକିସ୍ତାନ’: ଟିମ୍ ଇଣ୍ଡିଆର ବିଜୟ ପରେ କହିଲେ ଇସ୍ରାଏଲ୍ ରାଷ୍ଟ୍ରଦୂତ ।

ଗ୍ରାଉଣ୍ଡ୍‌ରେ ଇସ୍ରାଏଲ ସେନାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, କହିଲେ- ପ୍ରସ୍ତୁତ ରୁହ, ଆଗାମୀ ନିର୍ଦ୍ଦେଶ ଆସୁଛି।

୨୦୩୬ ଅଲମ୍ପିକ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବ: ପ୍ରଧାନମନ୍ତ୍ରୀ ।

ଦକ୍ଷିଣପୂର୍ବ ଏସୀୟ ଦେଶ ଲାଓସ୍‌ରେ ନିଯୁକ୍ତିଦାତା ଦ୍ବାରା ବନ୍ଧକ ଓଡ଼ିଶାର ୩୫ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରଭାତ ,ଶୁଭ ସକାଳ ।