March 11, 2026

ଜର୍ମାନୀରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ରୋବଟ୍ ୱେଲ୍‌ଡିଂ ପ୍ରତିଯୋଗିତାରେ ଗଜପତିର ରୀନା ଦଳେଇ ଭାରତ ତରଫରୁ ପ୍ରତିନିଧିତ୍ବ କରିବେ                  

IMG-20250915-WA0037
Share

 

ପାରଳାଖେମୁଣ୍ଡି:୧୫/୯(ଗରୁଡ ଧ୍ୱଜ ଚୌଧୁରୀ)ଜର୍ମାନୀର ଏସେନ ସହର ଠାରେ ଅନ୍ତର୍ଜାତୀୟ ରୋବଟ୍ ୱେଲ୍‌ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି. ଏଥିରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବା ପାଇଁ ଓଡିଶାର ଗଜପତି ଜିଲ୍ଲା ଚନ୍ଦ୍ରଗିରିର ଝିଅ ରୀନା ଦଳାଇ ମନୋନୀତ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ବିଗତ ୨୦୧୪ ମସିହାରେ କୌଣସି ରୋଗରେ ରୀନା ଦଳେଇ ତାଙ୍କ ବାପା ପରୀକ୍ଷିତ ଓ ମା ସଜନୀଙ୍କୁ ହରାଇ ଥିଲା. ବାପା, ମାଙ୍କୁ ହରାଇ ରୀନା ୪ ଭଉଣୀ ଓ ଜଣେ ଭାଇଙ୍କ ସହ ଅତ୍ୟନ୍ତ ଦୁଃଖ ଓ ଅସହାୟ ଅବସ୍ଥାରେ ରହିଥିଲେ. ୪ ଝିଅ ଓ ଗୋଟିଏ ପୁଅ ମଧ୍ୟରେ ରୀନା ହେଉଛନ୍ତି ସାନଝିଅ. ସେତେବେଳକୁ ରୀନା ଯୁବଗାଁ ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଏବଂ ପରେ ଚନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟରୁ ୧୦ମ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ସାରିଥିଲେ | ଗରିବ ପରିବାର ହେତୁ ଉଚ୍ଚ ଶିକ୍ଷା ଲାଭ ପାଇଁ ସୁଯୋଗ ନଥିଲା | ଗଜପତି ପ୍ରଶାସନ ରୀନାଙ୍କ ପାଠ ପଢା ପାଇଁ ସୁଯୋଗ ଦେଇଥିଲେ.ଏହାପରେ ଗଜପତି ଜିଲ୍ଲା ‘ ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ ରୀନାଙ୍କ ଘରେ ପହଂଚିଥିଲେ ଏବଂ ଉଚ୍ଚଶିକ୍ଷା ନିମନ୍ତେ ତାଙ୍କୁ ନେଇ ଭୁବନେଶ୍ଵର ସ୍ଥିତ ସିଭି ରମଣ ୟୁନିଭର୍ସିଟିରେ ଡିପ୍ଲୋମା ଇନ୍ ମେକାନିକାଲ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ। ଚଳିତ ବର୍ଷ ରାଜ୍ୟ, ଆଞ୍ଚଳିକ ଏବଂ ଜାତୀୟସ୍ତରର ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବା ପରେ ଜର୍ମାନୀ ଏସେନ ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ରୋବୋଟିକ୍ ୱେଲ୍‌ଡିଂ ପ୍ରତିଯୋଗିତାରେ ଭାଗ ନେବା ସକାଶେ ରୀନା ମନୋନୀତ ହୋଇଥିଲେ. ଭାରତୀୟ ଦଳରେ ସେ ସାମିଲ ହୋଇଥିବା ବେଳେ ବିଶ୍ଵର ୧୪ଟି ଦେଶର ପ୍ରତିଯୋଗୀମାନେ ଏହି ଭାଗ ପ୍ରତିଯୋଗିତାରେ ନେଉଛନ୍ତି | ଏହି ପ୍ରତିଯୋଗିତା ଚଳିତ ମାସ ୧୭ ତାରିଖ ଠାରୁ ୧୯ପର୍ଯ୍ୟନ୍ତ ଅନୁଷ୍ଠିତ ହେବ. ଟିଆଇଜି, ଏମ୍‌ଆଇଜି/ଏଏଜି,ଏମଏମ୍ଏ ଏବଂରୋବଟ୍ ୱେଲଡିଂ ଭଲି ୪ଟି ବର୍ଗରେ ପ୍ରତିଯୋଗିତା ହେବା ଏଥି ନିମନ୍ତେ ସିଭି ରମଣ ୟୁନିଭରସିଟିର ପ୍ରତିଷ୍ଠାତା ସଞ୍ଜୀବ କୁମାର ରାଉତ, କୁଳପତି ପ୍ରଫେସର ବଂଶୀଧର ମାଝୀ ଏବଂ ଉପକୁଳପତି ଡ.ଶ୍ରୀଦେବୀ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ତାଙ୍କର ଏହି ସଫଲତା ପାଇଁ ରୀନା ନିଜ ପରିବାର, ଅଧ୍ୟାପକବର୍ଗ, ଗଜପତି ଜିଲ୍ଲା ପ୍ରଶାସନ ଓ ଚନ୍ଦ୍ରଗିରି ଗ୍ରାମବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।