March 12, 2026

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ “ସଂସ୍କୃତ ଦିବସ” ପାଳିତ ..

IMG-20250915-WA0035
Share

 

 

ପାରଳାଖେମୁଣ୍ଡି—-ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ଜିଲ୍ଲା ସଭାପତି ଶୁଭଲକ୍ଷ୍ମୀ ଦାସଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ଡ଼.ଚନ୍ଦ୍ରଶେଖର ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରମୁଖ ଡ.ବିଘ୍ନେଶ୍ଵର ମିଶ୍ର , ସମ୍ମାନିତ ଅତିଥି ଭାବରେ ପଣ୍ଡିତ କୁମୁଦ ରଞ୍ଜନ ଦାଶ (ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ),ବିଘ୍ନରାଜ ପଣ୍ଡା (ପ୍ରାକ୍ତନ ଅଧ୍ୟକ୍ଷ,ସଂସ୍କୃତ ମହାବିଦ୍ୟାଳୟ),ବିଶିଷ୍ଟ ଅତିଥି ଭାବରେ ସଙ୍ଗୀତ ନିର୍ଦ୍ଦେଶକ ତଥା ସଦସ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ଗୁରୁ ରଘୁନାଥ ପାତ୍ର ଯୋଗଦାନ କରି ସଂସ୍କୃତର ମହତ୍ତ୍ଵ ପ୍ରତିପାଦନ କରିବା ସହ ସଂସ୍କୃତି ସୁରକ୍ଷା ନିମିତ୍ତ ଏହାର ଗୁରୁତ୍ୱ କୁ ଆଲୋକପାତ କରିଥିଲେ। ସମ୍ପାଦକ ପଣ୍ଡିତ ଶୁଭାଶିଷ ପତି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମନୋଜ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରମେଶ୍ୱର ନାୟକ , ଗୌରୀଶଙ୍କର ମହାରଣା ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ଓ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।