ଆଜିର ଖବର..
ରାଜ୍ୟରେ ସତର୍କ ସୂଚନା। ପ୍ରବଳ ବର୍ଷା ପରେ ଶୀତ ଲହରୀ ଏବଂ ହାଡ଼ଭଙ୍ଗା ଶୀତ ପାଇଁ ପାଣିପାଗ ବିଭାଗର ଅନୁମାନ
ବେଆଇନ ସ୍କୁଲ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ତଥ୍ୟ ମାଗିଲା ପ୍ରାଥମିକ ଶିକ୍ଷା ବିଭାଗ। ମାନବାଧିକାର କମିଶନଙ୍କ ନୋଟିସ୍ ପରେ ପଦକ୍ଷେପ
ରାଜ୍ୟର ସମସ୍ତ ଶକ୍ତିପୀଠରେ ଆରମ୍ଭ ହେଲା ମା ଦୁର୍ଗାଙ୍କ ଷୋଡଶ ଉପଚାର ପୂଜା।
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାକୁ ବାତିଲ ଅନ୍ୟ ଦାବି ନେଇ ଆସନ୍ତା ୨୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ୭୦ ହଜାର ଶିକ୍ଷକ।
ରାଜ୍ୟର କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ସରକାର। ସମୟ ଗଡ଼ିଗଲାଣି, ବିଜ୍ଞପ୍ତି ବାହାରିନି।
ଜିଏସଟି କମିଲା ପରେ ବି ଦାମ କମାଉ ନାହାନ୍ତି କମ୍ପାନୀ। ପ୍ୟାକେଟ ଉପରେ ସଂଶୋଧିତ ମୂଲ୍ୟ ଲେଖିବାକୁ କହିଲେ ମନ୍ତ୍ରୀ।
ରାଜ୍ୟରେ ପ୍ରଥମ ଥର ପାଇଁ ବୁଲା କୁକୁର ସଂଖ୍ୟା ଗଣିବେ ସରକାର। ଆସନ୍ତା ୧୭ ରୁ ୨୪ ପର୍ଯ୍ୟନ୍ତ ଚାଲିବ କୁକୁର ଗଣା କାର୍ଯ୍ୟକ୍ରମ
ପୁରୀ ଶ୍ରୀମନ୍ଦିର ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ। ପୁଣି ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ।
ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବେ ବିଏମସି ଭୁବନେଶ୍ୱର ସଫେଇ କର୍ମଚାରୀ। କାଲିଠାରୁ ଝାଡ଼ୁବନ୍ଦ ଧମକ
ଗଞ୍ଜାମ ଧରାକୋଟର ଦାଦନ ଶିବରାମ ଗୁଜୁରାଟ ସୁରଟରେ ପ୍ରାଣ ହରାଇଲେ, ବେସାହାରା ହୋଇଗଲେ ଗର୍ଭବତୀ ସ୍ତ୍ରୀ
କୋରାପୁଟ ଜୟପୁରରେ ଭାରସାମ୍ୟ ହରାଇ ଦୋକାନରେ ପଶିଗଲା ଟ୍ରକ୍। ଜଣେ ମୃତ, ଚାପି ହୋଇଗଲେ ଅନେକ
ଆଇଟମ ଗାର୍ଲ ସହ ଘଟଗାଁ ପୁଲିସ ଏଏସଆଇଙ୍କ ଫଟୋ ଭାଇରାଲ, ଥାନା ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଗଲା।
ମହିଳା ଟ୍ରାଫିକ କନଷ୍ଟେବଳ ନିଖୋଜ। ପୁଲିସ ପତ୍ତା ପାଉନାହିଁ। ସୂଚନା ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ଦେବେ ଓଡ଼ିଶା ପୋଲିସ।
ରାଜଧାନୀରେ କଳାକାର ହେବାକୁ ଆସିଥିବା ଯୁବତୀଙ୍କୁ ପାନୀୟରେ ନିଶା ମିଶାଇ ଗଣ ଅପକର୍ମ ଅଭିଯୋଗ।
ପୁଲିସ ହୋମଗାର୍ଡ ଇଣ୍ଟରଭ୍ୟୁ ବେଳେ ଭାଙ୍ଗିଗଲା ସ୍ୱପ୍ନ। ଦୁଇଜଣ ଆଶାୟୀ ପରୀକ୍ଷାର୍ଥୀ ପ୍ରାଣ ହରାଇଲେ।
ଜଗତସିଂହପୁର ମହାନଦୀର ଦଶାହଘାଟରେ ପୁଣି ଅଘଟଣ। ତିର୍ତ୍ତୋଲ ପରିବାରର ପୁତୁରା ମୃତ, ବଡ଼ବାପା ନିଖୋଜ
ମୟୁରଭଞ୍ଜ ଝାରପୋଖରିଆ ରାଜପଥରେ ବାଇକକୁ ଚାପିଦେଲା ଟ୍ରକ୍, ସ୍ବାମୀ ଆଖିବୁଜିଲେ, ସ୍ତ୍ରୀ ଆହତ
ରାଜସ୍ଥାନ ଜୟପୁରରେ ଅସ୍ଥି ବିସର୍ଜନ କରି ଫେରିବା ବେଳେ କାର ଦୁର୍ଘଟଣା, ୭ ମୃତ।
ଉତ୍ତର-ପୂର୍ବର ଅନେକ ରାଜ୍ୟରେ ଭୁମିକମ୍ପ ଝଟକା। ଆସାମରେ ଥିଲା ଭୂକମ୍ପର କେନ୍ଦ୍ର।
ଛତିଶଗଡ଼ର ବିଜାପୁରରେ ନକ୍ସଲ କବଜା କରିଥିବା କରେଗୁଟ୍ଟା ପାହାଡ଼ରେ ନିର୍ମାଣ ହେବ କଲେଜ, ତାଲିମ ନେବେ ସୁରକ୍ଷାକର୍ମୀ
ଦେଶରେ ଜନଗଣନା ୨୦୨୭ ହେବ ଅକ୍ଟୋବର ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ
ଚୀନରେ ଅନୁଷ୍ଠିତ ମହିଳା ଏସିଆ କପ୍ ହକିରେ ଚୀନ ଠାରୁ ହାରି ରୌପ୍ୟ ପଦକ ଜିତିଲା ଭାରତ।
ବିରୋଧ ଓ ସମାଲୋଚନା ଭିତରେ ଭାରତ ପାକିସ୍ତାନ କ୍ରିକେଟ। ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
ଭାରତ ଆମେରିକା ଠାରୁ ଯୁଦ୍ଧ ବିମାନ କିଣିଲା ପରେ ଚୁପ ହେଲେ ଟ୍ରମ୍ପ। ଏବେ ଚୀନ ଉପରେ ୧୦୦% ଶୁଳ୍କ ବୃଦ୍ଧିର ଧମକ ଦେଲେ। ନାସାରେ ଚୀନ୍ ବୈଜ୍ଞାନିକ ଏବଂ ଛାତ୍ରଙ୍କୁ ନିଷେଧ
ରୁଷର ବଡ ତୈଳ ବିଶୋଧନାଗାରକୁ ଧ୍ବଂସ କଲା ୟୁକ୍ରେନ
=======================
ଆଜି ଜାତୀୟ ଇଞ୍ଜିନିୟର ଦିବସ
ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ
କୋଷ୍ଟା ରିକା ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ସିଏନ ଆନ୍ନାଦୁରାଇ, ଏମ.ବିଶ୍ବେଶ୍ବେରାୟା, ସୁବ୍ରମନ୍ୟନ ସ୍ୱାମୀ, ରାମ୍ୟା କ୍ରିଷ୍ଣନ, ପ୍ରମିଳା ବିଷୋୟୀ, ଅମୀୟା କୁମାରୀ ପାଢ଼ୀ (ହାଇକୋର୍ଟର ପ୍ରଥମ ମହିଳା ଜଜ, ଢେଙ୍କାନାଳ)
ଆଜି ତିରୋଧାନ: କେଏସ ସୁଦର୍ଶନ (ଆରଏସଏସ)
ଇତିହାସରେ ଆଜି: (୧୯୫୯) ଦୂରଦର୍ଶନ ସେବା ଆରମ୍ଭ ହେଲା/ (୧୯୪୭) ଭାରତୀୟ ଷ୍ଟାଣ୍ଡାର୍ଡ଼ ସମୟ IST ନିର୍ଧାରିତ ହେଲା/ (୧୮୯୪) ପ୍ରଥମ ଯୁଦ୍ଧରେ ଚୀନକୁ ପରାସ୍ତ କଲା ଜାପାନ/ (୧୯୩୧) ଗାନ୍ଧୀ- ଇରବିନ ଚୁକ୍ତି/ (୧୭୭୬) ନ୍ୟୁୟର୍କ ଅଧିକାର କଲେ ବ୍ରିଟିଶ ସେନା
=======================
*ବନ୍ଦେ ଉତ୍କଳ ଜନନୀ*
