July 3, 2024
Share

*ଖବର ଆଜିର*
ତାରିଖ ୧୫/୦୯/୨୦୨୩ ଶୁକ୍ରବାର ।

Asia Cup: ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ଶ୍ରୀଲଙ୍କା, ଫାଇନାଲରେ ଭାରତ ସହ ମୁକାବିଲା ।

ସନାତନ ଧର୍ମ ସପକ୍ଷରେ ବାହାରିଲେ ପ୍ରଧାନମନ୍ତ୍ରୀ । ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ । କହିଲେ, ଧର୍ମକୁ ମଳିନ କରିବାକୁ ବିରୋଧୀ କରୁଛନ୍ତି ଷଡଯନ୍ତ୍ର ।

ସୋମବାର ଠାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ହେବ ଆଲୋଚନା ।।

ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ୧୪ ଜଣ ଆଙ୍କରଙ୍କ ଶୋ’କୁ ବୟକଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ବୟକଟ୍‌ର ଘୋଷଣାର ଦିନକ ପରେ ତାଲିକା ପ୍ରକାଶ ଇଣ୍ଡିଆ ମେଣ୍ଟ। ଏହି ତାଲିକାରେ ଅଛନ୍ତି ଦେଶର ପ୍ରମୁଖ ଚାନେଲର ଆଙ୍କର।

ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ । ଆନ୍ଦୋଳନ ପାଇଁ ଚେତାବନୀ ଦେଲା ଏବିଭିପି ।

ଭାରତୀୟ ବାୟୁସେନା ମାଲବାହୀ ବିମାନରୁ ‘ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ୍‌’ର ସଫଳ ପରୀକ୍ଷଣ କଲା ।

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ହେଲା ଚାର୍ଜଫ୍ରେମ ।

ମିଛ ସଂସ୍ଥା ନାମରେ କେନ୍ଦ୍ର ଦେଇଥିବା ସବସିଡି ଅଭିଯୋଗକୁ ନେଇ ଏବେ ଆସାମ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଗୌରବ ଗୋଗୋଇ ମୁହାଁମୁହିଁ ହୋଇଛନ୍ତି | କଂଗ୍ରେସର ଅଭିଯୋଗକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା କହିଛନ୍ତି ଯେ ଯଦି ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୁଏ ତେବେ ସେ ସାଧାରଣ ଜୀବନରୁ ସନ୍ୟାସ ନେଇଯିବେ |

ଏସଏସଆଇ ସର୍ଭେରୁ ମିଳିଥିବା ପ୍ରମାଣ ସୁରକ୍ଷିତ ରଖାଯିବ, ଜ୍ଞାନବ୍ୟାପୀ ମାମଲାରେ କୋର୍ଟଙ୍କ ଆଦେଶ ।

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେଇଛି । ତେବେ ଦୁର୍ଘଟଣାରେ କେହି ବି ମୃତାହତ ହେଇନାହାଁନ୍ତି । ବିମାନରେ ବସିଥିବା ଯାତ୍ରୀ ଏବଂ କ୍ରିଉ ମେମ୍ବର ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ଓ ବଲିଉଡ ଅଭିନେତ୍ରୀ । ରାଜସ୍ଥାନ ଉଦୟପୁରରେ ହେବ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବାହାଘର ।

ମେକ୍ସିକୋ ସାଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ । ପ୍ରଖ୍ୟାତ ସାମ୍ବାଦିକ ଜେମେ ମୌସାନ୍ ଏଲିଏନଙ୍କ କଙ୍କାଳ ପ୍ରଦର୍ଶନ କରି ଦେଲେ ନୂଆ ତଥ୍ୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। ।

ଚନ୍ଦ୍ରବାବୁଙ୍କ ସହ ମେଣ୍ଟ କରିବା ନେଇ ଘୋଷଣା କଲେ ପୱନ କଲ୍ୟାଣ ।

ମାଷ୍ଟରକାର୍ଡ ଇଣ୍ଡିଆ ଚେୟାରମ୍ୟାନ‌ ଭାବରେ ନିଯୁକ୍ତ ହେଲେ ରଜନୀଶ କୁମାର। ଗୁରୁବାର ମାଷ୍ଟରକାର୍ଡ ଇଣ୍ଡିଆ, ଏସବିଆଇର ପୂର୍ବତନ ମୁଖ୍ୟ ରଜନୀଶ କୁମାରଙ୍କୁ କମ୍ପାନିର ଚେୟାରମ୍ୟାନ୍‌ ନିଯୁକ୍ତ କରିଛି।

ବିଶ୍ୱର ସବୁଠୁ ବଡ଼ ଟେକ୍‌ କମ୍ପାନୀ ମଧ୍ୟରେ ଅନ୍ୟତମ ‘ଗୁଗଲ’ ପୁଣି ଥରେ କର୍ମଚାରୀ ଛଟେଇ ଆରମ୍ଭ କରିଛନ୍ତି। ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ର ଗ୍ଲୋବାଲ ରିକ୍ରୁଇଟମେଣ୍ଟ ଟିମ୍‌ରୁ ଏହି ଛଟେଇ ଆରମ୍ଭ ହୋଇଛି।

ଖୋଲିଲା ଆଉ ୪ଟି ଗେଟ୍, ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ।

ନୂଆଁଖାଇ ସମୟରେ ହେଉଥିବାରୁ ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବ କଂଗ୍ରେସ: ନରସିଂହ ମିଶ୍ର ।

ଲଘୁଚାପ ପ୍ରଭାବ, ଓଡ଼ିଶାରେ ଭୀଷଣ ବର୍ଷା ! ୬ ଜିଲ୍ଲାକୁ ରେଡ, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ।

ଭରସା ଦେଲେ କେନ୍ଦ୍ର ସରକାର; ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଅଛି ଚାଉଳ ଚିନି ଓ ଗହମ, ପାର୍ବଣ ସମୟରେ ବଢ଼ିବନି ମୂଲ୍ୟ ।

ମଣିପୁର ହିଂସା ଘଟଣାରେ ପୋଲିସ୍‌ର ତଥ୍ୟ ଜାରି: ଏବେବି ମିଳିନି ୯୬ ଶବର ପରିଚୟ, ଅନେକ ନିଖୋଜ ।

ସୁପ୍ରଭାତ ,ଶୁଭ ସକାଳ ।