August 19, 2026

ଉତ୍ସର୍ଗର ରକ୍ତଦାନ ଶିବିରରେ  ରକ୍ତଦାନ କରି ସ୍ୱାଧୀନତା ଦିବସ ପାଳନକଲେ ରକ୍ତ ଦାତା  ସଂଗ୍ରହ ହେଲା ୧୨୪ ୟୁନିଟ ରକ୍ତ 

IMG-20260815-WA0064
Share

ସମ୍ବଲପୁର ତା. ୧୫/୮: ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ସଂସ୍ଥା ଉତ୍ସର୍ଗ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଓଡିଶା ସାଂସ୍କୃତିକ ସମାଜର ସ୍ୱାଧୀନତା ସଂଗ୍ରାମୀ କକ୍ଷରେ ଆୟୋଜିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ମୋଟ ୧୨୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା l

ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ ର ଅଯୁକ୍ତ ରେହନ କ୍ଷତ୍ରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ ପ୍ରମୁଖ ଶିବିର ବୁଲି ସଂଗଠନର ସେବା ମନୋବୃତିର ଭୁୟସୀ ପ୍ରଶଂସା କରିଥିଲେ l ଭୀମସାର ବୁର୍ଲା ଏବଂ ଜିଲ୍ଲା ସଦର ଡାକ୍ତରଖାନର ରକ୍ତ ଭଣ୍ଡାରର ଡାକ୍ତର ଦଶରଥୀ ପ୍ରିୟା, ଡାକ୍ତର କଳ୍ପେଶ କକ୍କଡ଼ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଭୀମସାର ବୁର୍ଲା ରକ୍ତ ଭଣ୍ଡାରର କାଉନସିଲର ମଣ୍ଟୁ ପ୍ରଧାନ, ଲେବଟେରୀ ଟେକନିସିଆନ ଦେବାଶିଷ ମିଶ୍ର, ପଦ୍ମିନୀ ଶତପଥି, ସହାୟକ ବିନୋଦ ବେହେରା, ଗଣେଶ ଚନ୍ଦ୍ର ପ୍ରଧାନ ତଥା ସମ୍ବଲପୁର ସଦର ତାକ୍ତରଖାନର ଷ୍ଟାଫ ନର୍ସ ବର୍ଷା ରାଣୀ ମହାପାତ୍ର, ଲେବଟ୍ରି ଟେକନିସିଆନ ଗୀତାଞ୍ଜଳି ହୋତା, ମାଧବ ଚନ୍ଦ୍ର ସାହୁ, ଡି ଇ ଓ ସିଦ୍ଧାର୍ଥ ଶଙ୍କର ଦାଶ, ସହାୟକ ସୁନୀଲ ସେଠ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ l ଏ ଅବସରରେ ଉତ୍ସର୍ଗର କର୍ମକର୍ତ୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିବା ପୂର୍ବକ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଯୁବ ବର୍ଗ, ମାତୃଶକ୍ତି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ lକାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନାମିକା କ୍ଲବ, ବସୁନ୍ଧରା କମ୍ୟୁନିଟି ସେଣ୍ଟର, ଭୀମ ଭୋଇ ସାହିତ୍ୟ ସଂସଦ, କୋଶଲ ବ୍ୟବସୟୀ ସଙ୍ଘ, ସନଡେ ଗ୍ରୁପ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ l ରକ୍ତ ଭଣ୍ଡାର ଗୁଡିକରେ ହେଉଥିବା ରକ୍ତ ଅଭାବକୁ ଏବଂ ରକ୍ତ ଜରୁରୀ ଥିବା ରୋଗୀ ମାନଙ୍କ ସମସ୍ୟା ଏହି ଶିବର ଦ୍ୱାରା କିଛି ପରିମାଣରେ ଦୂରୀଭୂତ କରାଯାଇ ପାରିବ ବୋଲି ବିଶ୍ୱାସ ରଖି ଶିବିରଟି ଆୟୋଜିତ ହୋଇଥିଲା l