August 17, 2026

ଭବାନୀପାଟଣା ଠାରେ ୮O ତମ ସ୍ବାଧୀନତା ଦିବସ ପାଳିତ

IMG-20260815-WA0057
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ୮O ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜିଲ୍ଲା ପୋଲିସ, ସି.ଆର.ପି.ଏଫ ତଥା ସହରର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଗୁଡିକର ସ୍କାଉଟ, ଏନ.ସି.ସି କେଡେଟ ତଥା ଛାତ୍ରଛାତ୍ରୀ ମାନେ ପରେଡ କରି ମୁଖ୍ୟ ଅତିଥିଙ୍କୁ ସଲାମି ଦେଇଥିଲେ। ଏଥିସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅବିଭାଷଣରେ କହିଥିଲେ ଯେ’କିଛି ବର୍ଷ ଆଗରୁ ବିଶ୍ୱ ଦରବାରରେ କଳାହାଣ୍ଡି ଜିଲ୍ଲାର ଯେଉଁ ଛବି ଥିଲା ତାହା ବିଗତ କିଛି ବର୍ଷ ମଧ୍ୟରେ କଳାହାଣ୍ଡି ବାସୀଙ୍କ ପରିଶ୍ରମ ଓ ଉଦ୍ୟମ ଯୋଗୁଁ ଗମନାଗମନ, ଶିକ୍ଷା,ସ୍ୱାସ୍ଥ୍ୟ ତଥା ବିଭିନ୍ନ ପ୍ରକାରର କୃଷି କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା, ସାରା ଦେଶରେ ସୁନାମ ଅର୍ଜନ କରିବା ସହ ବିକଶିତ ଜିଲ୍ଲା ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏଥିସହ କଳାହାଣ୍ଡି ଜିଲ୍ଲାର ଆହୁରି ଅଧିକ ଉନ୍ନତି ପାଇଁ ସରକାରଙ୍କ ତରଫରୁ ଅନେକ ନୂତନ ଓ ସ୍ୱତନ୍ତ୍ର ଯୋଜନା ମାନ କରାଯାଇଛି ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପରେଡ ଓ ବିଭିନ୍ନ କ୍ରୀଡା କୌଶଳରେ ବିଜୟ ଲାଭ କରିଥିବା ଦଳକୁ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାର ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

You may have missed