ଲାଞ୍ଜିଗଡ଼ରେ ସ୍ଵାଧୀନତା ଦିବସ ପାଳିତ ୧୫/୦୮
ଲାଞ୍ଜିଗଡ଼ର ବିଭିନ୍ନ ସ୍ଥାନରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଗ୍ରାମ ପଞ୍ଚାୟତ, ହସ୍ପିଟାଲ ଓ ସମସ୍ତ ବିଦ୍ୟାଳୟରେ ଜାତୀୟ ପତାକା ଉତତୋଳନ କରାଯାଇଛି। ଯୁବକ ସଂଘପକ୍ଷରୁ ସ୍ଵତନ୍ତ୍ର ଭାବେ ପାଳନ କରାଯାଇଛି,। ଯେଉଁଥିରେ ସାମିଲ ଥିଲେ ଲାଞ୍ଜିଗଡ଼ ସରପଞ୍ଚ, ବିଶିଷ୍ଟ ବ୍ୟକ୍ତି ସମସ୍ତ ସ୍କୁଲ ର ଛାତ୍ରଛାତ୍ରୀ। ଛାତ୍ର ଛାତ୍ରୀ ମାନେ ପ୍ୟାରେଡ୍ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ଓ ପୁରସ୍କାର ବିତରଣ କରାଯାଇଥିଲା। ମୁଖ୍ୟ ଅତିଥି ନିଜର ଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର

