May 30, 2025

ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ। 

Share

 

ପୁରୀ ୧୫/୮ ପୁରୀ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ଅବସରର ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ଜିଲ୍ଲା ପ୍ରଶାସନ ଏକାଦଶ ୮୯ ରନ କରିଥିବା ବେଳେ ଗଣମାଧ୍ୟମ ଏକାଦଶ ୬୦ ରନରେ ଅଲ ଆଉଟ ହୋଇ ଯାଇଥିଲା। ପ୍ରଶାସନ ଏକାଦଶ ପକ୍ଷରୁ ଲକ୍ଷ୍ମୀଧର ଦାସ ୧୬ ରନ ଦେଇ ୫ ଟି ଉଇକେଟ ନେବା ସହ ଅପରାଜିତ ୧୩ ରନ କରି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗଣମାଧ୍ୟମ ଏକାଦଶ ର ପ୍ରିତମ ଦାସ ଶ୍ରେଷ୍ଠ ବୋଲର,ପ୍ରଶାସନ ଏକାଦଶ ର କେଶବ ରାଓ ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ, ସୁକାନ୍ତ ଦାସ ଶ୍ରେଷ୍ଠ ଫିଲ୍ଡର ଓ ଗଣମାଧ୍ୟମ ଏକାଦଶ ର ଶିବ ପ୍ରସାଦ ଦାସ ଅଲରାଉଣ୍ଡର ବିବେଚିତ ହୋଇ ଟ୍ରଫି ହାସଲ କରିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ବିଜେତା ଟ୍ରଫି ଓ ଗଣମାଧ୍ୟମ ଏକାଦଶ ପକ୍ଷରୁ ଅକ୍ଷୟ ମିଶ୍ର ରନର୍ସ ଅପ ଟ୍ରଫି ଗ୍ରହଣ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୁରୀ ପୌରପାଳିକା ର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ,କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ନାରାୟଣ ପ୍ରତିହାରୀ, ଅନ୍ୟାନ୍ୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed