ଜମରତଲା ଉଚ୍ଚ ବିଦ୍ୟାଳୟ ରେ 78ତମ ସ୍ୱାଧୀନତା ଦିବସ ପାଳନ
ପଦ୍ମପୁର :- (ଉପାନ୍ତ ଖବର) 15.8.2024 ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତା ରେ 78 ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଛାତ୍ର ଛାତ୍ରୀ, ସ୍କୁଲ ପରିଚାଳନା କମିଟି, ସକାଳ 5ଟା ରେ ରାମଧୁନ ସହ ଗ୍ରାମ ପରିକ୍ରମା କରିଥିଲେ l ସକାଳ 8 ଟାରେ ପ୍ରଧାନ ଶିକ୍ଷକ ଶ୍ରୀ ଖମାରୀଙ୍କୁ ପ୍ଲାଟୁନ କମାଣ୍ଡର କୁମାରୀ ସୋହାନି ସାହୁ ପତାକା ଉତ୍ତୋଳନ ପାଇଁ ସ୍ୱାଗତ ଜଣାଇ ମଞ୍ଚକୁ ପାଛୋଟି ନେଇଥିଲେ, ସାଥିରେ ଥିଲେ ମୋ ସ୍କୁଲ ସଭାପତି କୁଞ୍ଜରାଜ ବରିହା, ଏସ. ଏମ. ସି ଚେୟାର ପର୍ସନ ଦଶରଥ ବରିହା, ଶିକ୍ଷାବିତ ଲୋକନାଥ ସାହୁ, କୃପାସିନ୍ଧୁ ବିଶ୍ୱାଳ, ଅତିଥି ଶିକ୍ଷକ ହେମନ୍ତ କୁମାର ଭୋଇ, ଶିକ୍ଷାବିତ ଜ ଳଧର ବିଶ୍ୱାଳ, କୃପାସିନ୍ଧୁ ବିଶ୍ୱାଳ l ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ ପରେ ଉପସ୍ଥିତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଯଦି ଆଜି ପାକିସ୍ତାନ, ବାଙ୍ଗଲାଦେଶ ଭାରତ ମାତାଙ୍କର ଅନ୍ୟତମ ସନ୍ତାନ ବିଭାଜିତ ହୋଇନଥାନ୍ତେ ତେବେ ମୋ ଦେଶ ଆହୁରି ସମୃଦ୍ଧ ଓ ଶକ୍ତିଶାଳୀ ହୋଇ ବିଶ୍ୱରେ ଅଦ୍ୱିତୀୟ ଶକ୍ତି ରୂପେ ଉଭା ହୋଇଥାନ୍ତା l ସେ ଯାହାବି ହେଉ ଯେଉଁ ମାନଙ୍କ ତ୍ୟାଗ, ଉତ୍ସର୍ଗୀକୃତ ସାଧନା ଓ ବଳିଦାନ ଆମକୁ ସ୍ୱତନ୍ତ୍ରତା ଦେଇଛି ଆଜି ତାଙ୍କ ପାଇଁ ଶାନ୍ତିରେ ନିଶ୍ୱାସ ମାରୁଛୁ,ତାଙ୍କୁ ସ୍ମରଣୀୟ ରଖିବା ଠିକ ଆଜିର ଦିନରେ ଆମେ ସ୍ୱାଧୀନତା ଦିବସ ପ୍ରତିବର୍ଷ ପାଳନ କରୁଛୁ, କରିବା l ପରେ ପରେ ପିଲାଙ୍କୁ ଦେଶ ପାଇଁ ନିଜ କର୍ତ୍ତବ୍ୟକୁ ମନେ ପକେଇ ଆସନ୍ତୁ ସମସ୍ତେ ମିଶି ଦେଶକୁ ଏକ ସମୃଦ୍ଧ ରାଷ୍ଟ୍ରରେ ପରିଣାତ କରିବାପାଇଁ ନିଜକୁ ସୁନାଗରିକ ଭାବରେ ଗଢିବା ବୋଲି ପରାମର୍ଶ ଦେଇଥିଲେ ତମାଖୁ ଓ ମାଦକ ଦ୍ରବ୍ୟ ମୁକ୍ତ ଭାରତ ଗଠନ ପାଇଁ ଉପସ୍ଥିତ ସମସ୍ତଙ୍କୁ ସଂକଳ୍ପ କରାଇଥିଲେ lକୁଞ୍ଜରାଜ ବରିହା ମଧ୍ୟ ଉଦବୋଧନ ଦେଇଥିଲେ l ପରେ ପରେ ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ, ସଂଗୀତ, ବତ୍କୃତା, ଚିତ୍ରାଙ୍କନ ଓ ରଚନାରେ କୃତିତ୍ୱ ହାସଲ କରିଥିବା,ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣୀ ଉତ୍ସବ ପରିଚାଳନାରେ ସହକାରି ଶିକ୍ଷକ କୁଳମଣି ପ୍ରଧାନ, ଭୀଷ୍ମଦେବ ବାରିକ, ରଘୁନାଥ ପୁରୀ ସହାୟତା ପ୍ରଦାନ କରିଥିଲେ, ସହକାରୀ ଶିକ୍ଷକ ସମୂହ ଯଥା ଗ୍ରାମରେ ତ୍ରିରଙ୍ଗା ଯାତ୍ରା ପରିଚାଳନାରେ ରୂପଧର ନାୟକ, ଘନଶ୍ୟାମ ସାହୁ,,ସୁରେଶ ସାହୁ, ବୈଷ୍ଣବ ସୁନା, ସାନନ୍ଦ ମହାନନ୍ଦ, ନରୋତ୍ତମ, ସେଟ ସଂଯୋଜନା କରିଥିଲେ l ଗାଁର ଶହ ଶହ ମାତୃ ଶକ୍ତି, ପଂଚାୟତ ସରପଞ୍ଚ ବିଧୁଭୂଷଣ ଚାନ୍ଦ ସ୍ୱତଃ ଆସି ଯୋଗ ଦେଇ ଉକ୍ତ ଯାତ୍ରା ରେ ସାମିଲ ହୋଇଥିଲେ l ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ ପରେ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l
ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ ଙ୍କ ରିପୋର୍ଟ (ଉପାନ୍ତ ଖବର)