ଗଜପତି:- ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ ..
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ’ର ମିଳିତ ଆନୁକୁଲ୍ୟ’ରେ ଜିଲ୍ଲାସ୍ତରୀୟ ୭୮ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଏହି ସମାରୋହ କାର୍ଯ୍ୟକ୍ରମ’ରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା ଗଜପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶାନ୍ତି , ମୈତ୍ରୀ , ସମୃଦ୍ଧି ଓ ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ’ର ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସର’ରେ ଉପସ୍ଥିତ ଥିବା ସମବେତ ଜନସାଧାରଣ’ଙ୍କୁ ଉଦବୋଧନ’ରେ ପ୍ରଥମେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଓ ଅନନ୍ୟ ସାଂସ୍କୃତିକ ବିଭବ ବିମଣ୍ଡିତ ଗଜପତି ଜିଲ୍ଲା’ର ପୁଣ୍ୟ ଭୂମୀ’କୁ ସାଦର୍ ପ୍ରଣାମ ଜଣାଇବା ସହ ୭୮ ତମ ସ୍ବାଧିନତା ଦିବସ ପାଳନ ଅବସର’ରେ ଜିଲ୍ଲାବାସୀ’ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ସେହିଭଳି ଏହି ମାଟି’ର ସୁଯୋଗ୍ୟ ସନ୍ତାନ ତଥା ନବ ଉତ୍କଳ’ର ନିର୍ମାତା ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି’ଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
କଳା , ସାହିତ୍ୟ , ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ’ର ଆଦିଭୂମି ତଥା ଉତ୍କଳ’ର ଅନ୍ୟତମ ପୁଣ୍ୟପୀଠ ହେଉଛି , ଏହି ଗଜପତି ।
ଦୀର୍ଘ ବର୍ଷ ବର୍ଷ ଧରି ସଂଗ୍ରାମ କରିବା ପରେ ଆମେ ଏହି ପବିତ୍ର ଦିନ ଫେରି ପାଇଛୁ । ଅନ୍ୟପକ୍ଷରେ ଏହା ସମ୍ଭବ ହୋଇଛି , ଭାରତମାତା’ର ଅନେକ ସୁଯୋଗ୍ୟ ସନ୍ତାନ ତଥା ସ୍ବାଧିନତା ସଂଗ୍ରାମୀ ମାନଙ୍କ ଆତ୍ମବଳୀ ଯୋଗୁଁ ।
ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାର’ଙ୍କ ପକ୍ଷ’ରୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରୀତା କରିବା ଜାରୀ ରହିବା ସହ ପ୍ରତିଶ୍ରୁତିବଦ୍ଧ । ଏହି ପବିତ୍ର ଦିବସ’ରେ ସମସ୍ତେ ଦେଶ ମାତୃକାର ସେବା ପାଇଁ ଶପଥ ନେବା ଏବଂ ସେବା , ତ୍ୟାଗ ଓ ବୀରତ୍ବ’ର ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶର ସ୍ବାଧିନତା ଓ ଅଖଣ୍ଡତା କୁ ବଜାୟ ରଖିବା ସହ ଜାତି , ଧର୍ମ , ବର୍ଣ୍ଣ ଏବଂ ସମ୍ପ୍ରଦାୟ’କୁ ସମ୍ମାନ ଦେବା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି ଅବସର’ରେ ୨୫ ଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପଟ୍ଟା ବଣ୍ଟନ ଏବଂ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା , ରାଜ୍ୟ ଓ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ’ଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ , ଏସପି: ସ୍ଵାତୀ ଏସ: କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଡିଏଫଓ ଶ୍ରୀ ଏସ: ଆନନ୍ଦ , ଜିଲ୍ଲା ପରିଷଦ ସିଡିଓ: ଡ଼ଃ ଗୁଣନିଧି ନାୟକଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-