July 18, 2026

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଇନୋଭେସନ ଏବଂ ଷ୍ଟାର୍ଟଅପ ସଚେତନତା କାର୍ଯ୍ୟକ୍ରମ

IMG-20260715-WA0098
Share

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଇନୋଭେସନ ଏବଂ ଷ୍ଟାର୍ଟଅପ ପ୍ରତିଯୋଗିତା –୨୦୨୬ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ ସଭାପତିତ୍ଵ କରିଥିଲେ । ଅଧ୍ୟକ୍ଷା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇନୋଭେସନ ଏବଂ ଷ୍ଟାର୍ଟଅପ ପ୍ରତିଯୋଗିତା–୨୦୨୬ର ସଂଯୋଜକ ଶ୍ରୀ ସଚିନ୍ କୁମାର ନାୟକ ମୁଖ୍ୟ ସମ୍ବଳ ବ୍ୟକ୍ତି (Resource Person) ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍, ଅଭିନବ ଚିନ୍ତାଧାରା, ବ୍ୟବସାୟିକ ସମ୍ଭାବନା ଏବଂ ନୂତନ ଉଦ୍ଭାବନକୁ କିପରି ବ୍ୟାବହାରିକ ରୂପ ଦିଆଯାଇପାରିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ତାଙ୍କର ପ୍ରେରଣାଦାୟକ ବକ୍ତବ୍ୟ ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଉଦ୍ୟମୀ ହେବା ପାଇଁ ଉତ୍ସାହିତ କରିଥିଲା। ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମର ସଞ୍ଚାଳନ କରିବା ସହିତ ଛାତ୍ରୀମାନଙ୍କ ପାଇଁ ଇନୋଭେସନ ଓ ଷ୍ଟାର୍ଟଅପ୍‌ର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ ମହାବିଦ୍ୟାଳୟର ଇନୋଭେସନ ଏବଂ ଷ୍ଟାର୍ଟଅପ ସେଲ୍ ର ନୋଡାଲ ଅଧିକାରୀ ଶ୍ରୀମତୀ ରଞ୍ଜୁଷା କୁମାରୀ ପ୍ରହରାଜ ଛାତ୍ରୀମାନଙ୍କୁ ବିଭିନ୍ନ ଷ୍ଟାର୍ଟଅପ୍ ସୁଯୋଗ, ଅଭିନବ ଚିନ୍ତାଧାରାର ବିକାଶ ଏବଂ ନିଜସ୍ୱ ଉଦ୍ୟମ ପ୍ରତିଷ୍ଠା ଦିଗରେ ପ୍ରେରଣା ଯୋଗାଇଥିଲେ। କାର୍ଯ୍ୟକ୍ରମରେ ପରାମର୍ଶଦାତା ଭାବେ ଡ଼ଃ ଏମ୍. ରୋହିଣୀ ରାଣୀ ଓ ଶ୍ରୀମତୀ ସୁନୀତା ପାତ୍ର ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁ ସଂଖ୍ୟକ ଛାତ୍ରୀ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

You may have missed