July 15, 2026

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ITDA ସହକାରୀ ନିର୍ଦ୍ଦେଶକ ସଂଜୟ କେସପେଟା

IMG-20260715-WA0003
Share

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ITDA ସହକାରୀ ନିର୍ଦ୍ଦେଶକ ସଂଜୟ କେସପେଟା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍। କୋରାପୁଟର ମେଡିକାଲ ରୋଡ୍‌ ଅଞ୍ଚଳରେ ଥିବା ଲଜ୍‌ ସମେତ ଭୁବନେଶ୍ୱର ଓ ରାଉରକେଲାରେ ଭିଜିଲାନ୍ସ ଟିମ୍‌ର ଚଢାଉ ଚାଲିଥିବା ଜଣାପଡ଼ିଛି । କିଛି ମାସ ତଳେ କୋରାପୁଟରୁ ଭୁବନେଶ୍ୱରକୁ ବଦଳି ହୋଇଥିଲେ ସଂଜୟ । ଏହି ଚଢାଉରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ଓ ଅନ୍ୟାନ୍ୟ ଦଲିଲ ଯାଞ୍ଚ କରାଯାଉଛି । ତେବେ ଏହି ଚଢାଉରେ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି।