ସୌମ୍ୟଶ୍ରୀଙ୍କ ଆତ୍ମାର ସଦଗତି କାମନା କରି ପୁରୀ ବିଜୁ ଜନତା ଦଳ ପକ୍ଷରୁ ଦୀପଦାନ l
ଅଦ୍ୟ ତା 15.7.25 ଅପରାହ୍ନ 5.30 ସନ୍ଧ୍ୟା ସମୟ ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଫକିର ମୋହନ ସେନାପତି ବିଶ୍ଵବିଦ୍ୟାଳୟ ର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମହୃତି ଯୋଗୁଁ ବିଜୁ ଯୁବ ଜନତା ଦଳ ପୁରୀ ପକ୍ଷରୁ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ମହାପ୍ରଭୁ ଙ୍କ ପାଖରେ ଦୀପ ଦାନ କରlଗଲ l ଓ ନୀରବ ପ୍ରାର୍ଥନା କରାଯାଇଥିଲା l ତତ୍ ପରେ ରାଜ୍ୟ ସରକାର ଙ୍କ ବିରୋଧ ରେ ବିକ୍ଷପ ପ୍ରଦଶନ କରାଯାଇଥିଲା l ମୂଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଇସ୍ତପା ଦାବୀ ହୋଇଥିଲା l ସରକାର ଓଡ଼ିଶା ର ନାରୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ, ପ୍ରତ୍ୟେକ ଦିନ ଦୁଷ୍କର୍ମ, ହତ୍ୟା, ରାହାଜାନୀ, ଛିନତାଇ ଘଟି ଚାଲିଛି, ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି ସରକାର ଙ୍କ ନିୟନ୍ତ୍ରଣ ନାହିଁ ଏପରି ଅଭିଯୋଗ ଯୁବ ନେତୃତ୍ଵ ମାନେ କରିଛନ୍ତି l ସରକାର ଛି ଛି, ହାୟ ହାୟ ସହ ମୂଖ୍ୟମନ୍ତ୍ରୀ ମୋହନ ମାଝି ଓ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଜିଲ୍ଲା ଯୁବ ସଭାପତି ନାରାୟଣ ସ୍ୱାଇଁ, ଯୁବ ନେତା ଭଗବାନ ପଢିଆରୀ, ଅସିତ୍ ମେକାପ, ରୋଜାଲିନ ନାୟକ, ଅଜୟ ସ୍ବାଇଁ , ରମକୃଷ୍ଣ ପ୍ରତିହାରୀ,ଛାତ୍ର ନେତା ହରେକୃଷ୍ଣ ସୁଆର, ସାଗର ପାତ୍ର, ରାଜେଶ୍ ତ୍ରିପାଠୀ,ଅଭିନାସ ଭଞ୍ଜ, ରାଜା ମରୁଡ଼ି, ପ୍ରିୟଙ୍କା ମହାନ୍ତି, ମୁନି ରାଓ, ଯୋଗମାୟା ଜେନା ଙ୍କ ସମେତ 500 ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଏଥିରେ ସାମିଲ୍ ହୋଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
