March 7, 2026

ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ: ” ଏକ୍ ପେଡ୍ ମାଁ କେ ନାମ୍ ” ଅନୁଷ୍ଠିତ

IMG-20250715-WA0052
Share

 

ଭଞ୍ଜନଗର,ଜୁଲାଇ :15,7,2025, ଆଜି ଭଞ୍ଜନଗର ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୬ ତମ ବନ ମହୋତ୍ସବ ପାଳନ ସହିତ ଏକ୍ ପେଡ୍ ମାଁ କେ ନାମ୍ – ୨.୦ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମଦନମୋହନ ରଥ ( ଓଇଏସ୍ -୨) ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି ( ଓଡିଶା ବନ ସେବା – ୧ ) ଓ ମୁଖ୍ୟ ବକ୍ତା ରୂପେ ଏ ବି ଇ ଓ- ଶ୍ରୀ ଚରଣ ବେହେରା ଏବଂ ସ୍ଵତନ୍ତ୍ର ସମ୍ମାନିତ ଅତିଥି ଓ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ପ୍ରଧାନ ଓ ବଦକୋଦଣ୍ଡା କ୍ଲଷ୍ଟର ସି ଆର ସି ସି ତଥା ପ୍ରକୃତି ବନ୍ଧୁ ଶିକ୍ଷକ ଦ୍ବିତୀକୃଷ୍ଣ ଲେଙ୍କା, ଏନ ଏ ସି, ସି ଆର ସି ସି ବିଭୁ ପ୍ରସାଦ ମହାପାତ୍ର , ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ, କ୍ଷତ୍ରିୟବରପୁର ମହାବିଦ୍ୟାଳୟର ଅଧ୍ୟାପିକା କିରଣ କହଁର ଆଦି ଯୋଗ ଦେଇଥିଲେ। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗ ସେକେଣ୍ଡ ଅଫିସର ତଥା ଇକୋକ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଏନ୍ ସି ସି କ୍ୟାଡେଟ ଇକୋ କ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବରେ ଯୋଗ ଦେଇ “ପିଲାଟିଏ ଗଛଟିଏ” ଏବଂ “ଓ୍ଵାନ୍ କ୍ୟାଡେଟ ଓ୍ବାନ ଟ୍ରୀ” ଚାରା ରୋପଣ କାର୍ଯ୍ୟକ୍ରମ ସଂପାଦନ କରିଥିଲେ l କାର୍ଯ୍ୟକ୍ରମର ପ୍ରଥମ ଭାଗରେ ବନମହୋତ୍ସବ ଓ ସବୁଜ ପୃଥିବୀର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ ମୁକ୍ତ ତଥା ସବୁଜିମା ଭରା ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା। ସମସ୍ତ ଅତିଥି ଏହାପରେ ବିଦ୍ୟାଳୟରେ ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରିଥିଲେ । ଶ୍ରୀ ମହାନ୍ତି ଓ ଶ୍ରୀ ରଥ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଏବଂ ପ୍ରତ୍ୟେକ କ୍ୟାଡେଟ ଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ବଞ୍ଚାଇବା ପାଇଁ ଶପଥ ଗ୍ରହଣ କରାଇଥିଲେ। ଏହି ଅବସରରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ଶ୍ରୀ ଲେଙ୍କା ବୃକ୍ଷ ସଂପର୍କିତ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ବନପାଳ ବବୁଲୁ କୁମାର ସେଠୀ, ମନୋଜ କୁମାର ନାୟକ, ପ୍ରତାପ କୁମାର ସ୍ୱାଇଁ , ମିଥୁନ ପ୍ରଧାନ, ଭିକାରି ବିଷୋୟୀ, ଇକୋକ୍ଲବ ମେମ୍ବର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ବିଳାସିନୀ ଜେନା, ସ୍ୱପ୍ନେଶ୍ୱରୀ ଦିଗାଲ୍ , ସନ୍ତୋଷ ବେହେରା, ଅମିତ କୁମାର ବେହେରା, ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ, ନମିତା କୁମାରୀ ବିଷୋୟୀ, ସନ୍ତୋଷ ବେହେରା, ଅମିତ କୁମାର ବେହେରା, ବିଷ୍ଣୁ ପ୍ରିୟା ସ୍ୱାଇଁ, ସୁରେଶ ପ୍ରଧାନ, ସୁନିଲ୍ ବେହେରା, ବନିତା ସ୍ବାଇଁ, କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗା କଲ୍ୟାଣୀ କହଁର, ବିଭୁ ମହିମା ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ନାୟକ, ଇକୋ କ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ