ଉମରକୋଟ ର ସୁଦେବ ନନ୍ଦୀ ଉମରକୋଟ ବିଜେପି ନଗର ଯୁବ ମୋର୍ଚ୍ଚା ସଭାପତି…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଭାରତୀୟ ଜନତା ପାର୍ଟି ଉମରକୋଟ ନଗର ର ନୂତନ ଭାବେ ନଗର କମିଟି ଗଠନ କରାଯାଇଛି, କମିଟି ରେ ଯୁବ ମୋର୍ଚ୍ଚା ସଭାପତି ଭାବେ ସୁଦେବ ନନ୍ଦୀ କୁ ଦାୟିତ୍ୱ ମିଳିଛି, ସୁଦେବ ଦୀର୍ଘ ୯ ବର୍ଷ ରୁ ଉର୍ଦ୍ଧ ଦଳ ର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ୨୦୨୨ ପୌର ନିର୍ବାଚନ ରେ କାଉନସିଲର ପାର୍ଥି ଭାବେ ଦଳ ରୁ ଟିକେଟ ହାତେଇଥିଲା କିନ୍ତୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହେଇଥିଲା, ଏହା ପୂର୍ବରୁ ସୁଦେବ ଯୁବ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଓ ନଗର ସାଧାରଣ ସମ୍ପାଦକ ଭାବେ ମଧ୍ୟ୍ୟ କାର୍ଯ୍ୟ ତୁଲାଇଛନ୍ତି, ବର୍ତମାନ ସୁଦେବ ଆର. ଏସ.ଏସ ସଂଘ ର ସକ୍ରିୟ କାର୍ଯ୍ୟକର୍ତା ସହିତ ନିଖିଳ ଭାରତ ବାଙ୍ଗାଳି ସମନ୍ନୟ ସମିତି ନବରଙ୍ଗପୁର ଜିଲ୍ଲା କମିଟି ର ଯୁବ ସମ୍ପାଦକ ଓ ମାଁ ପେଣ୍ଡ୍ରାଣୀ ଏଗ୍ରୋ ଆସୋସିଏସନ ର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି, ଅଂଚଳ ରେ ସୁଦେବ ବିଜେପି ର ଜଣେ ସଂଗ୍ରାମୀ ଯୁବ ନେତା ଭାବେ ବେଶ ପରିଚିତ, ଯୁବ ସଭାପତି ପଦ ପାଇବା ପରେ ସୁଦେବ ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି କୁଞ୍ଜ ଦାସ, ସ୍ଥାନୀୟ ବିଧାୟକ ତଥା କେବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ଯୁବ ସଭାପତି ଶୁଭଜିତ ପାଣିଗ୍ରାହୀ, ନଗର ସଭାପତି ସନ୍ତୋଷ ଶର୍ମା ଙ୍କୁ ଧନ୍ୟବାଦ ଦେଇଛନ୍ତି, ଆଗାମୀ ଦିନରେ ବିଜେପି ଉମରକୋଟ ନଗର ରେ ଯୁବ ମୋର୍ଚ୍ଚା ଙ୍କୁ ଆହୁରି ଶକ୍ତିଶାଳୀ କରିବା ସହ ଯୁବ ଗଷ୍ଠୀ ଙ୍କୁ ନେଇ ଅଂଚଳର ସମସ୍ୟା କୁ ଦୂର କରିବା କୁ ପ୍ରୟାସ କରାଯିବ ବୋଲି କହିଛନ୍ତି, ଆଗାମୀ ଦିନରେ କିଭଳି ଉମରକୋଟ ନଗର ରେ ଭଲ କାମ କରାଯିବ ସେଥିପାଇଁ ସୁଦେବ ଅଂଚଳ ବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଛି।
