October 5, 2024

ବାବୁଙ୍କ ଇଂରାଜୀ ମୋହ ତୁଟୁନି !

Share

 

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷାର ବ୍ୟବହାର, ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜେ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମଧ୍ୟ ନିର୍ଦେଶନାମା ରେ କୁହାଯାଇଛି । ହେଲେ ରାୟଗଡା ଜିଲ୍ଲା ରେ ବିଭିନ୍ନ ସରକାରୀ ବାବୁ ମାନଙ୍କ ଇଂରାଜୀ ଭାଷା ପ୍ରୀତି ଏଯାଏଁ ତୁଟୁନି । ନିଜ ସରକାରୀ ଗାଡ଼ି ରେ ଇଂରାଜୀ ଭାଷା ରେ ପଦ ପଦବୀ ଲେଖା ଯାଇଛି । କିଛି ବିଭାଗର ଅଧିକାରୀ ମାନେ ଓଡ଼ିଆ ଭାଷା ରେ ଲେଖିଥିବା ବେଳେ ଆଉ କେତେକ ଅଧିକାରୀ ଏହାକୁ ଭ୍ରୁକ୍ଷେପ ନ କରି ଇଂରାଜୀ ଭାଷା ବ୍ୟବହାର କରିଛନ୍ତି । ଯଦି ସରକାରୀ ବାବୁ ମାନେ ସରକାର ଙ୍କ ନିର୍ଦ୍ଦେଶ କୁ ଏମିତି ଖାମଖିଆଲ କରି ଅବମାନନା କରିବେ ତେବେ ସାଧାରଣ ଜନତା ଏଭଳି ଅଧିକାରୀ ଙ୍କ ଠାରୁ କଣ ଆଶା କରିବେ ?