March 10, 2026

ଆକ୍ସନ ମୋଡରେ ନୀଳଗିରି ତହସିଲଦାର, ୩ ବେଆଇନ ପଥର ବୋଝେଇ ଡମ୍ପର ଜବତ,,

IMG-20230715-WA0035
Share

ଆକ୍ସନ ମୋଡରେ ନୀଳଗିରି ତହସିଲଦାର, ୩ ବେଆଇନ ପଥର ବୋଝେଇ ଡମ୍ପର ଜବତ,,
14/07/2023 ,,,

ନୀଳଗିରି ,, ବାଲେଶ୍ଵର
ଆକ୍ସନ ମୋଡରେ ନୀଳଗିରି ତହସିଲଦାର। ସୋର ବାଗୁଡ଼ି ଅଞ୍ଚଳରୁ ପ୍ରତିଦିନ ଟ୍ରିପ ଟ୍ରିପ ବେଆଇନ ପଥର ଚୋରାରେ ଚାଲାଣ ହେଉଥିବାବେଳେ ଆଜି ନୀଳଗିରି ତହସିଲଦାର ରଞ୍ଜନ ବେହେରା ସନ୍ତରାଗଡିଆ ଅଞ୍ଚଳରୁ ତିନୋଟି ବେଆଇନ ପଥର ବୋଝେଇ ଡମ୍ପର ଜବତ କରିଛନ୍ତି।
ପଥର ଚୋରାଚାଲାଣ ବେଳେ OD01N 6099, OD01L 1799, OD01N 6199 ଡମ୍ପର ଜବତ କରାଯାଇଛି। ଏହି ଚଢାଉରେ କର୍ମଚାରୀ ତ୍ରିଲୋଚନ ନାୟକ ସାମିଲ ଥିଲେ।। ପଥର ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି କରୁଥିବାବେଳେ ନୀଳଗିରି ତହସିଲଦାର ରଞ୍ଜନ ବେହେରାଙ୍କ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରସଂଶା କରାଯାଉଛି।

ଦେବାଶିଷ ଦାଶ କ୍କ ରିପୋର୍ଟ୍