March 12, 2026

ବଜରଙ୍ଗ ଦଳ ଦ୍ଵାରା ଗୋ ମାଂସ ଜବଦ୍

IMG-20230715-WA0002
Share

ବଜରଙ୍ଗ ଦଳ ଦ୍ଵାରା ଗୋ ମାଂସ ଜବଦ୍,

( ଦେବାଶିଷ ଦାଶ୍ କ୍କ ରିପୋର୍ଟ )
ଚମ୍ପେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଏକ ଗୋମାଂସ ବୋଝେଇ ଟ୍ରକକୁ ଚୌଦ୍ୱାର ଠାରେ ବଜରଙ୍ଗ ଦଳର ସଦସ୍ୟମାନେ ଜବଦ କରିଥିଲେ। ଏଥିରେ ପ୍ରାୟ ୧୨ ଟନ(୧୨,୦୦୦ କିଲୋଗ୍ରାମ) ଗୋମାଂସ ଥିବାର ସେମାନେ ଦେଖିଥିଲେ। ଏଥିପାଇଁ ଶହ ଶହ ଗୋହତ୍ୟା କରାଯାଇଥିବ। ବର୍ତ୍ତମାନ ପ୍ରଶ୍ନ ହେଉଛି….
୧. ବଡମ୍ବା ନରସିଂହପୁରରେ କୌଣସି ସ୍ୱୀକୃତି ପ୍ରାପ୍ତ କଂସେଇଖାନା ନଥିବା ବେଳେ ଏତେ ପରିମାଣର ଗୋହତ୍ୟା କରାଗଲା କେଉଁଠି?
୨- ଗୋ ହତ୍ୟାକାରୀ ଦଲାଲ ମାନଙ୍କୁ ପ୍ରୋତ୍ସାହନ ଦେଇଛି କିଏ?
୩- ଚାମ୍ପେଶ୍ୱରରୁ ଚୌଦ୍ଵାର ଯିବା ବାଟରେ ଅନେକ ଥାନା ଅତିକ୍ରମ କରି ଯିବାକୁ ପଡିଥାଏ କିନ୍ତୁ କୌଣସି ଥାନା ଅଧିକାରୀଙ୍କ ଦୃଷ୍ଟିଗୋଚର ହେଲାନି କେମିତି?
୪- ଜବତ ହୋଇଥିବା ଗାଡି ର ନମ୍ବର WB-25L-5050 ଏହି କଣ୍ଟେନରଟି ପଶ୍ଚିମବଙ୍ଗର ହୋଇଥିବା ଜାଣି ବି କୌଣସି ଅଧିକାରୀ ଏହାର ଯାଞ୍ଚ କଲେନାହିଁ ନାହିଁ କାହିଁକି?
୫- ଏତେ ପରିମାଣର ଗୋହତ୍ୟା କୌଣସି ଏକ ଜଙ୍ଗଲ ଭିତରେ ହୋଇଥିବା ଅନୁମାନ କରାଯାଉଛି ଯଦି ଏକଥା ସତ ହୋଇଥାଏ ତାହେଲେ ଆମ ବନବିଭାଗର କର୍ମଚାରୀ ମାନେ କରୁଥିଲେ କଣ? ବନ ବିଭାଗ ଅଧିକାରୀଙ୍କ ନିକଟରେ ଖବର ନଥିଲା କେମିତି?
୬- ନରସିଂହପୁର ଏବେ ଅପରାଧୀ ମାନଙ୍କର ଆଡ୍ଡା ପାଲଟିଛି କାହା ପାଇଁ?
୭- ବଜରଙ୍ଗ ଦଳ ଭଳି ଏକ ସଂଗଠନ ଯଦି ସବୁସମୟରେ ଗୋରକ୍ଷା ପାଇଁ ବିନା ପାରିଶ୍ରମିକରେ ଏଭଳି ଅପରାଧୀ ଗୋଷ୍ଠୀଙ୍କୁ ଧରିବାରେ ସଫଳ ହେଉଛନ୍ତି ତାହେଲେ ଆମ ପ୍ରଶାସନିକ ଅଧିକାରୀ ମାନେ ମାସକୁ ମୋଟା ଅଙ୍କର ଦରମା ନେଇ କଣ କରୁଛନ୍ତି?? ନା ଲାଞ୍ଚ ନେଇ ଗୋହତ୍ୟାକୁ ସମର୍ଥନ, ପ୍ରୋତ୍ସାହନ ଦେଉଛନ୍ତି??
ଆମ ଓଡ଼ିଶାରେ ଏଭଳି ଘଟଣା, ଜଘନ୍ୟ ଗୋହତ୍ୟା ପାଇଁ କିଏ ଦାୟୀ?? ନିଶ୍ଚୟ ପ୍ରଶାସନ, ପୋଲିସର ଜାଣିବାରେ ଏହା ହେଉଛି। ଏହା ଉପରେ ହିନ୍ଦୁ ସମାଜ ତରଫରୁ ଏକ ବିରାଟ ଆନ୍ଦୋଳନ ହେବା ଉଚିତ। ଦୋଷୀଙ୍କ କଠୋର ଦଣ୍ଡ ମିଳିବା ଦରକାର।