June 16, 2025

ଉମରକୋଟ ଠାରେ ଜାତୀୟ ପ୍ରାକୃତିକ କୃଷି ମିଶନ ପକ୍ଷରୁ ୫ ଦିନିଆ ପ୍ରାକୃତିକ କୃଷି ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ…….

IMG-20250615-WA0021
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଜାତୀୟ ପ୍ରାକୃତିକ କୃଷି ମିଶନ ପକ୍ଷରୁ ୫ ଦିନିଆ ପ୍ରାକୃତିକ କୃଷି ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ।ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୦.୬. ୨୦୨୫ ରୁ ୧୪.୬.୨୦୨୫ ପର୍ଯ୍ୟନ୍ତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ , ଉଦ୍ୟାନ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ପରିଚାଳିତ ହୋଇଥିଲା। I ଏହି କାଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ ଶଶାଙ୍କ ଲେଙ୍କା ଙ୍କ ଦ୍ଵାରା ସମ୍ପାଦନା ହୋଇଥିଲା। ଜିଲ୍ଲାର ୬ ବ୍ଲକର ୨୩ କ୍ଳଷ୍ଟର ରୁ ଆସିଥିବା ମୋଟ ୪୬ ଜଣ ସିଆରପି ଓ କୃଷି ସଖୀ ଚାଷୀ ଭଉଣୀମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ପ୍ରାକୃତିକ କୃଷି ହେଉଛି ଏକ ରାସାୟନିକ ମୁକ୍ତ ପାରମ୍ପାରିକ କୃଷି ପଦ୍ଧତି ଯାହାକି କୃଷି ପରିବେଶ ସମ୍ବନ୍ଧୀୟ ବିବିଧିକରଣ କୃଷି ପଦ୍ଧତି ଉପରେ ଗୁରୁତ୍ବ ଦେଇ ଫସଲ ମୂର୍ତ୍ତିକା ଓ ଜୀବପାଳନ ମଧ୍ୟରେ ସମନ୍ୟୁୟ ରକ୍ଷା କରିଥାଏ। କୃଷି କ୍ଷେତ୍ରରେ ରାସାୟନିକ ପଦାର୍ଥ ଯଥା ସାର କିମ୍ବା କୀଟନାଶକର ବ୍ୟବହାର କରାଯାଏ ନାହିଁ,ମାଟିରେ ଥ‌ିବା ଜୈବିକ ପଦାର୍ଥର ବିଘଟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅଣୁଜୀବ ସଂଖ୍ୟା ବୃଦ୍ଧି କରାଯାଏ, ଆଚ୍ଛାଦନ ମାଧ୍ୟମରେ ମାଟିରେ ଜଳୀୟ ଅଂଶ ସଂରକ୍ଷଣ କରିବା ସହ ଗଛ ବୃଦ୍ଧିରେ ସହାୟକ ହୋଉଥ‌ିବା ମୂର୍ତ୍ତିକା ପରିବେଶ ସୃଷ୍ଟି କରିବା ଏବଂ ଫସଲ ବିବିଧୀକରଣ ଯଥା ଅନ୍ତଃଫସଲ, ମିଶ୍ରିତ ଫସଲ ଆଦି ଉପରେ ଗୁରୁତ୍ବ ଦିଆଯାଏ। ଅଂଶ ଗ୍ରହଣ କରିଥିବା ଚାଷୀ ଭାଇ ଓ ଭଉଣୀ ମାନେ ପ୍ରାକୃତିକ କୃଷିର ଉପକାରିତା, ପ୍ରସ୍ତୁତି ପ୍ରଣାଳୀ ଆଦି ବିଷୟରେ ଜାଣିବା ସହ, ନିଜ ହାତରେ କିପରି ପ୍ରାକୃତିକ ଚାଷର ବିଭିନ୍ନ ସ୍ତମ୍ଭ ଯଥା- ଜୀବାମୃତ,ଘନଜିବାମୃତ(ମୂର୍ତ୍ତିକା ର ଉର୍ବରତା) , ବୀଜାମୃତ(ବୀଜ ବିଶୋଧନ) ହାଣ୍ଡିଖତ, ଗୋକୃପାଅମୃତମ୍ (ଉର୍ବରତା ବଢ଼ାଇବା, କୀଟପତଙ୍ଗ ଓ ରୋଗରୁ ଫସଳକୁ ସୁରକ୍ଷିତ କରିବାରେ ଉପକାରୀ)ଓ ନିମାସ୍ତ୍ର , ବ୍ରହ୍ମାସ୍ତ୍ର, ଅଗ୍ନିଅସ୍ତ୍ର, (ରୋଗ ପୋକ ଦାଉରୁ ରକ୍ଷା ପାଇଁ) ମଧ୍ୟ ପ୍ରସ୍ତୁତ କରିଥିଲେ I ପ୍ରାକୃତିକ କୃଷି ବ୍ୟବହାର ଦ୍ଵାରା ମୃତ୍ତିକା ଅଧିକ ଉର୍ବର ହେବା ସହ ସୁରକ୍ଷିତ ଓ ରସାୟନିକ ପଦାର୍ଥ ମୁକ୍ତ ଖାଦ୍ୟ ମିଳି ପାରିବ | ପ୍ରାକୃତିକ କୃଷି ବ୍ୟବହାର ଦ୍ଵାରା ଚାଷୀ ସ୍ବାବଲମ୍ବୀ ହୋଇପାରିବେ ତା ସହ ପରିବେଶ ସୁରକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ଶଶାଙ୍କ ଲେଙ୍କା ବକ୍ତବ୍ୟ ଦେଇଥିଲେ ଏଥିରେ ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ଶୁଭେନ୍ଦୁ ବିଶ୍ବାସ, କୃଷି ଜିଲ୍ଲା ଅଧିକାରୀ ବିଶ୍ଵଜିତ ସାହୁ , ସହକାରୀ ଉଦ୍ୟାନ କୃଷି ଅଧିକାରୀ କୃଷ୍ଣ ଚନ୍ଦ୍ର ମହାନ୍ତି, ସ୍କିମ ଅଫିସର ରାମଚନ୍ଦ୍ର ମୁଦୁଲି, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ ପରିତୋଷ ମୁର୍ମୁ, ରୁଦ୍ର ପ୍ରସ୍ନନ ମହାଳିକ, ସ୍ଵାଗତିକା ମଲ୍ଲିକ, ବୀଣାପାଣି ତରିଆ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିବା ସହ କ୍ଷେତ୍ର ପ୍ରସ୍ତୁତ ଓ ଚାରା ରୋପଣ କରିଥିଲେ। ପରିଶେଷରେ ଜିଲ୍ଲାର ଅଗ୍ରଣୀ ପ୍ରାକୃତିକ କୃଷି କରୁଥିବା ମହିଳା ଚାଷୀ ମାନେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଶେଷରେ ତାଲିମ ଗ୍ରହଣ କରିଥିବା ସମସ୍ତ ମହିଳା ଚାଷୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା I

You may have missed