July 1, 2024

ଅନ୍ଧାରିଆ ସାହି ମଝି ରାସ୍ତାରେ ଗାତ , ପ୍ରତିକାର ପାଇଁ ଦାବି

Share

ବୁଗୁଡ଼ା : ତା ୧୫/୦୬/୨୪ : ସ୍ଥାନୀୟ ଅନ୍ଧାରିଆ ସାହିର ପ୍ରବେଶ ପଥରେ କଭର ପ୍ଲେଟ୍ ଭାଙ୍ଗିଯାଇ ବଡ ଗାତଟିଏ ସୃଷ୍ଟି ହୋଇ ଲୋକଙ୍କ ଯାତାୟାତରେ ସମସ୍ଯା ସୃଷ୍ଟି କରୁଥିବା ବେଳେ ଏନଏସି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସାହିର ପ୍ରବେଶ ଦ୍ୱାରରେ ଏଭଳି ବିପଦପୂର୍ଣ୍ଣ ଗାତ ସୃଷ୍ଟି ହୋଇଥିବାରୁ ସେଥିରେ କାଳେ କିଏ ଗଳି ପଡିବ ସେଥିପାଇଁ ସେହି ଗାତର ଦୁଇ ପାର୍ଶ୍ବରେ ଦୁଇଟି ବଡ ବଡ ପଥର ରଖାଯାଇଛି । ଫଳରେ ସେହି ପଟ ଦେଇ ସାହି ମଧ୍ଯକୁ କୌଣସି ଚାରି ଚକିଆ ଲଘୁ ଯାନ ଏପରିକି ଅଟୋଟିଏ ମଧ୍ୟ ପ୍ରବେଶ କରିବା ସମ୍ଭବ ହୋଇ ପାରୁନାହିଁ । ଦୀର୍ଘ ଦିନ ହେଲା ଏପରି ଅବ୍ଯବସ୍ଥା ଜାରି ରହିଥିବାରୁ ଲୋକଙ୍କ ଅସନ୍ତୋଷ ତୀବ୍ରତର ହେବାରେ ଲାଗିଛି । ଏଣୁ, ଆଉ କାଳ ବିଳମ୍ବ ନକରି ଯଥାଶୀଘ୍ର ଉକ୍ତ ସମସ୍ଯାର ପ୍ରତିକାର ବ୍ଯବସ୍ଥା କରିବା ନେଇ ଏନ୍ଏସି ପ୍ରଶାସନ ନିକଟରେ ସାଧାରଣରେ ଦୃଢ ଦାବି ହେଉଛି ।

You may have missed