June 23, 2026

ଅଘୋଷିତ ବିଦ୍ୟୁତ କାଟ କୁ ନେଇ ବିଜେପି ଘେରାଉ କଲା ଜୟପୁର ବିଦ୍ୟୁତ କାର୍ଯ୍ୟାଳୟ

IMG-20230615-WA0054
Share

ଅଘୋଷିତ ବିଦ୍ୟୁତ କାଟ କୁ ନେଇ ବିଜେପି ଘେରାଉ କଲା ଜୟପୁର ବିଦ୍ୟୁତ କାର୍ଯ୍ୟାଳୟ ——//-

ଜୟପୁର —–ଜୟପୁର ବିଜେପି ର ପୂର୍ବତନ ବିଧାୟକ ପାର୍ଥି ଗୌତମ ସାମନ୍ତରାୟ ଙ୍କ ଡାକରାରେ ପ୍ରାୟ ୫୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇ ଅଘୋଷିତ ବିଦ୍ୟୁତ୍ କାଟ ବିରୋଧରେ ଆଜି ଗୁରୁବାର ଦିନ ୧୧ ଘଣ୍ଟା ସମୟରେ ଜୟପୁର ଖଣ୍ଡ ବିଦ୍ୟୁତ ବିଭାଗର ନିର୍ବାହୀ ଯାନ୍ତ୍ରିକ କାର୍ଯ୍ୟାଳୟ କୁ ଘେରାଉ କରିଛନ୍ତି । ଏହି ଘେରାଉ କାର୍ଯ୍ୟକ୍ରମରେ ଟାଟା କମ୍ପାନୀର ମନମାନି କୁ ଘୋର୍ ବିରୋଧ କରା ଯାଇଥିଲା, ଏବଂ ଗ୍ରାହକଙ୍କୁ ବିନା ସୂଚନାରେ ସେମାନଙ୍କ ଘରେ ନୂଆ ଡିଜିଟାଲ ମିଟର ଲଗାଯାଇଛି ପୁଣି ବିଦ୍ୟୁତ୍ ବିଲ୍ ରେ ମିଟର ବାବଦକୁ ମାସିକ ୬୦ ଟଙ୍କା ହିସାବରେ ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ମୋଟ ୫,୭୬୦ ଟଙ୍କା ଗ୍ରାହକଙ୍କ ଠାରୁ ଲୁଟାଯାଉଛି ବୋଲି କହିଥିଲେ । ଏପରିକି ଓଡ଼ିଶାର ଜନତାଙ୍କୁ ରାଜ୍ୟ ସରକାର ଏବଂ ଟାଟା କମ୍ପାନୀ ଦୁହେଁ ମିଶି ଅତ୍ୟାଚାର କରୁଛନ୍ତି ବୋଲି ଆନ୍ଦୋଳନ କରିଥିଲେ । ଅଭିଭକ୍ତ କୋରାପୁଟ ଜିଲ୍ଲାରେ ବହୁତ ଗୁଡ଼ାଏ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଥାଇ ମଧ୍ୟ ବିଦ୍ୟୁତ୍ ଗ୍ରାହକଙ୍କ ଠାରୁ ୟୁନିଟ୍ ପିଛା ୪ ଟଙ୍କା ୫୦ ପଇସା ରୁ ଉର୍ଦ୍ଧ ଟଙ୍କା ଆଦାୟ କରାଯାଉଛି ଏବଂ ଅନ୍ୟ ରାଜ୍ୟ ତୁଳନା ରେ ଓଡ଼ିଶାବାସୀ ୟୁନିଟ୍ ପିଛା ଅଧିକ ବିଲ୍ ପୈଠ କରୁଛନ୍ତି ବୋଲି କହି ଏହାର ବିରୋଧରେ ଆଜି ଜୟପୁର ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ଘେରାଉ କରାଯାଇଥିଲା। ରାଜ୍ୟ ସରକାର ଏବଂ ଟାଟା କମ୍ପାନୀ ଯଦି ଏଥିରେ କୌଣସି ପ୍ରକାର ସୁଧାର ଅଣିବେନି ତାହେଲେ ଆସନ୍ତା ଦିନରେ ଜୟପୁର ଅଞ୍ଚଳର ଗ୍ରାହକ ମାନେ ବିଦ୍ୟୁତ୍ ବିଲ୍ ପୈଠ ନ କରିବାକୁ ବାଧ୍ୟ ହେବେ ବୋଲି ବିଜେପି ନେତା ଗୌତମ ସାମନ୍ତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା