March 11, 2026

ଶ୍ରୀମତୀ ରାଧା ଭାତ୍ର ବର୍ତ୍ତମାନ ର ମୁନସିପାଲିଟୀ ଅଧକ୍ଷା ବିଧାୟକ ଆଶାୟୀ ପ୍ରାର୍ଥୀ

IMG-20230615-WA0009
Share

ଶ୍ରୀମତୀ ରାଧା ଭାତ୍ର ବର୍ତ୍ତମାନ ର ମୁନସିପାଲିଟୀ ଅଧକ୍ଷା ବିଧାୟକ ଆଶାୟୀ ପ୍ରାର୍ଥୀ ——–

(ଉମରକୋଟ ରୁ ଏମ.ଦିନ°ଶୁ ଆଚାରୀ ଙ୍କ ରିପୋର୍ଟ)

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ବିଧାୟକ ପାର୍ଥି ପାଇଁ ଜୋରଦାର କସରତ ଆରମ୍ଭ ହେବାକୁ ଲାଗିଲାଣି। ଯାହା ଖବର ଆସୁଛି ଉମରକୋଟ ନିର୍ବାଚନ ମଣ୍ଡଳୀ ପାଇଁ ଦଳରେ ନୂତନ ମୁହଁକୁ ଗୁରୁତ୍ୱ ଦିଆଯିବ । ବର୍ତମାନ ୪ ଜଣ ବିଧ୍ୟାୟକ ପାର୍ଥି ପାଇଁ ରଣ କୌଶଳ ପ୍ରଦର୍ଶନ ଆରମ୍ଭ ହେବାକୁ ଲାଗିଲାଣି, ସେଥି ମଧ୍ୟରୁ ବର୍ତ୍ତମାନ୍ ର ମୁନିସିପାଲିଟୀ ଅଧକ୍ଷା ଶ୍ରୀମତି ରାଧା ଭତ୍ରା ମଧ୍ୟ ବିଧ୍ୟୟକ ପାର୍ଥି ପାଇଁ ଅଣ୍ଟା ଭିଡିଛନ୍ତି ।
ଯାହା ଦେଖିବାକୁ ମିଳିଛି ସେ ବର୍ତ୍ତମାନ ଉମରକୋଟ ପୌରାଞ୍ଚଳ ରେ ସମସ୍ତଙ୍କର ସମସ୍ୟା ର ସମାଧାନ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ଲୋକଙ୍କ ପାଖରେ ପ୍ରିୟ ହେଉ ଛନ୍ତି। ଅନ୍ୟତମ ଆସାଇ ମଧ୍ୟରେ ରାଇଘର ବ୍ଲକ ଅଧକ୍ଷା ନବିନା ନାୟକ, ଯତୀନ୍ଦ୍ର ଗଣ୍ଡ, ଗୁପ୍ତ ଝଙ୍କାର ଆସାଇ ଥିବା ମଧ୍ୟ ନଜରରେ ଆସୁଛି। ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନ ରେ ବିଧାୟକ ପାଇଁ କିଏ ଟିକେଟ ପାଇବେ।