ଖବର ଆଜିର
*ଖବର ଆଜିର*
ତାରିଖ ୧୫/୦୬/୨୦୨୩ ଗୁରୁବାର ।
କେବେ ସୁଧୁରିବ ବିଜୁଳି ବିଭ୍ରାଟ? ପ୍ରବଳ ଗରମ ସାଙ୍ଗକୁ ବିଜୁଳି କାଟ ଯୋଗୁଁ ଲୋକେ ହେଉଛନ୍ତି ହନ୍ତସନ୍ତ ।
ପୂର୍ବୋତ୍ତରର ପ୍ରଥମ ଏୟାରଲାଇନ, ଜେଟ୍ୱିଙ୍ଗ୍ସ ଏୟାରୱେଜ୍କୁ ମିଳିଲା କେନ୍ଦ୍ରର ଅନୁମତି ।
ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’: ୧୫୦ କିମି ବେଗରେ ବହିପାରେ ପବନ, ୬ ମିଟର ଉଚ୍ଚତାରେ ଆସିପାରେ ଜୁଆର ।
ବିଜେଡିର ଗ୍ୟାସ ବନାମ ବିଜେପିର ବିଜୁଳି: ଚୁଲି ଜାଳି ପ୍ରତିବାଦ କଲା ବିଜେଡି, ବିଞ୍ଚଣା ବୁଲାଇ କଟାକ୍ଷ କଲା ବିଜେପି ।
ମଣିପୁରରେ କମୁନି ଉତେଜନା, ଥମୁନି ହିଂସା । ପୁଣି ଉଗ୍ରବାଦୀଙ୍କ ଗୁଳିମାଡରେ ୯ ମୃତ, ୧୦ ଆହତ ।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା କାର୍ଯ୍ୟକ୍ରମ ସ୍ଥଗିତ.. ୧୭ରେ ଶାହାଙ୍କର ଢେଙ୍କାନାଳରେ ସଭା କାର୍ଯ୍ୟକ୍ରମ ଥିଲା.. ଗୁଜରାଟକୁ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ।
ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଅଫ ଦି ୟଅର ବିବେଚିତ । ଆରବିଆଇ ଗଭର୍ଣ୍ଣର ଅଛନ୍ତି ଶକ୍ତିକାନ୍ତ ଦାସ ।
ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନ, କର୍କଟ ରୋଗରେ ଥିଲେ ପୀଡ଼ିତ
ସ୍ପେଶାଲ ଅଲମ୍ପିକ୍ସ – ବର୍ଲିନ ଅଭିମୁଖେ ଯାତ୍ରା କରିଛି ୨୮୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍ ।
କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ, ଚେକ୍ ଇନ୍ କାଉଣ୍ଟରରେ ନିଆଁ।
ବିନା ଅନୁମତିରେ ତାମିଲନାଡୁରେ ତଦନ୍ତ କରିପାରିବନି ସିବିଆଇ, ସହମତି ଫେରାଇ ନେଲେ ସିଏମ୍ ଷ୍ଟାଲିନ୍ ।
ଉତ୍ତର କେନ୍ଦ୍ରୀୟ ନାଇଜେରିଆରେ ଏକ ବୋଟ୍ ବୁଡ଼ି ଯାଇ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ବୋଟ୍ରେ ଥିବା ସମସ୍ତ ଯାତ୍ରୀ ଉତ୍ତର ନାଇଜେରିଆରେ ଏକ ବିବାହ ଭୋଜିରେ ଯୋଗ ଦେବାପାଇଁ ଯାଇଥିଲେ।
ମାନହାନି ମାମଲାରେ ରାହୁଲ, ସିଦ୍ଦରମେୟା, ଶିବକୁମାରଙ୍କୁ ସମନ।
ତାମିଲନାଡ଼ୁ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଗିରଫ: କାର୍ ଭିତରେ କାନ୍ଦି ଗଡ଼ିଲେ, ବାଇପାସ୍ ସର୍ଜରି ପାଇଁ ଡାକ୍ତରଙ୍କ ପରାମର୍ଶ ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ନିମପୁର ଗ୍ରାମ ନିକଟ ବାଉଁଶବାଡ଼ି ଘାଟରେ ଗାଧୋଉଥିବା ବେଳେ ମା କୋଳରୁ ୧୦ ବର୍ଷର ପୁଅକୁ କୁମ୍ଭୀର ଟାଣି ନେଇଛି।
ଉତ୍ତରକାଶୀରେ ସାଂପ୍ରଦାୟିକ ଉତ୍ତେଜନା: ‘ଲଭ୍ ଜିହାଦ ମହାପଞ୍ଚାୟତ’ ବିରୋଧୀ ଆବେଦନକୁ ଗ୍ରହଣ କଲେନି ସୁପ୍ରିମ୍କୋର୍ଟ ।
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଶ୍ବସ୍ତ: ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
ହରଡ଼ ଓ ବିରି ଡାଲି ମୂଲ୍ୟ ବୃଦ୍ଧି ଚିନ୍ତା: ଷ୍ଟକ୍ ଲିମିଟ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ ।
୧୮ ତାରିଖରୁ ବଦଳିବ ପାଗ, ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ।
ସୁପ୍ରଭାତ ,ଶୁଭ ସକାଳ ।