May 15, 2025
Share

 

ଆସୁଛି ବାତ୍ୟା ‘ଶକ୍ତି’। ୨୩ ରୁ ୨୮ ତାରିଖ ମଧ୍ୟରେ ସୃଷ୍ଟି ହେବା ସମ୍ଭାବନା।

 

ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ, ସୂଚନା ଦେଲେ ମନ୍ତ୍ରୀ ଶ୍ରୀ ଗଣ୍ଡ

 

ସରକାରଙ୍କ ଠାରୁ ନେଇଥିବା ଜମିରେ ଶିଳ୍ପ ପ୍ରତିଷ୍ଠା ହୋଇ ନ ଥିଲେ ଫେରାଇବେ ଜମି, କହିଲେ ମନ୍ତ୍ରୀ ପୂଜାରୀ

 

୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ, ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁହେବ ସଂରକ୍ଷଣ। ଏସସିବିସିଙ୍କୁ ୧୧.୨୫% ସଂରକ୍ଷଣ। odiaxpress

 

ଆଜି ରେଡ୍ ଲେଟର ଡେ’ ପାଳିବ ଓମସା।ପ୍ରଥମ ଶ୍ରେଣୀ ପାହ୍ୟାକୁ ୧୮ ବର୍ଷ।

 

ପୁରୀ ରଥ ତିଆରି, ତୁମ୍ବରେ ପଇ ବିନ୍ଧା ଅନୁକୂଳ ହୋଇ ତିନି ରଥର ଦୁଇଟି ଲେଖାଏଁ ଚକର ନିର୍ମାଣ ଶେଷହେଲା

 

ପାରାଦୀପ ବନ୍ଦରରେ ୨୧ ପାକିସ୍ତାନୀଙ୍କ ସହ ପହଁଚିଲା ମାଲବାହୀ ଜାହାଜ, ସୁରକ୍ଷା ବ୍ୟବସ୍ଥା କଡାକଡି।

 

ଗଞ୍ଜାମ ଜିଲ୍ଲା ବଟେଶ୍ୱର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ହଟିଲା କଟକଣା। ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ସରିଲା। odiaxpress

 

ବାଲେଶ୍ଵର ଏସ୍‌ପି ଓ ଜିଲ୍ଲାପାଳଙ୍କ ବିରୋଧରେ ଏସ୍‌ଡିପିଓଙ୍କ ଅଭିଯୋଗ। କନ୍ଧମାଳ ଆଦିବାସୀ ବୋଲି ନିଲମ୍ବନ ଧମକ ମିଳୁଛି, ଆତ୍ମହତ୍ୟା କରିବି

 

ଶିକ୍ଷାରେ କେଲେଙ୍କାରୀ। ଜାଲ୍ ସାର୍ଟିଫିକେଟ ଦେଇ ନିଯୁକ୍ତି, ୬ ଜିଲ୍ଲାରେ ୨୮ ଶିକ୍ଷକ ଚିହ୍ନଟ। odiaxpress

 

ସମ୍ବଲପୁରରେ ଠିକା କାମର ବିଲ୍ ନ ଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ କଲା କୋର୍ଟ, ବାକି ଥିଲା ୭୦ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର ୨ଟି ବିଲ୍।

 

ମୃତ୍ୟୁର ଜାହାଜ ‘ଆମ ବସ୍‌’ ଭୁବନେଶ୍ୱର ବାଲିଅନ୍ତାରେ ବାଇକ୍‌ ଆରୋହୀଙ୍କୁ ଧକ୍କା ମାରିଲା, ଜଣେ ମୃତ, ଜଣେ ଗୁରୁତର

 

କୋରାପୁଟରେ ଚାଷଜମିରେ କାମ କରୁଥିବାବେଳେ ବଜ୍ରପାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଗଲା

 

ଢେଙ୍କାନାଳ ଭାପୁର ରେଙ୍ଗାଲି କେନାଲରେ ଦୁଇ ନାବାଳକ ଭାଇ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି

 

ମୟୁରଭଞ୍ଜ ବାଙ୍ଗିରିପୋଷିରେ ଭାରସାମ୍ୟ ହରାଇ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର। odiaxpress

 

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ପାଣିରେ ବୁଡ଼ି ଯୁବକ ମୃତ, ମୃତଦେହ ଉଦ୍ଧାର

 

ପାରଳାଖେମୁଣ୍ଡିରେ ବିଷ ପିଆଇ ପୁଅଝିଅକୁ ହତ୍ୟା, ବାପାର ଆତ୍ମହତ୍ୟା ଉଦ୍ୟମ

 

ତାଳଚେରରେ ତ୍ରିକୋଣୀୟ ପ୍ରେମରୁ ଦୁଇ ଯୁବକ ମିଶି ତୃତୀୟ ଯୁବକଙ୍କ ଉପରେ ଟ୍ରକ୍‌ ଚଢ଼ାଇ ମାରିଦେଲେ

 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲା ରାୟ ମେ ୨୮ରେ ପ୍ରକାଶ ପାଇବ। odiaxpress

 

ସୁପ୍ରିମ୍‌କୋର୍ଟରେ ଦାରା ସିଂ ମୁକ୍ତି ପ୍ରସଙ୍ଗ, ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଓଡ଼ିଶା ସରକାରଙ୍କୁ ଚାରି ସପ୍ତାହ ସମୟ

 

କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି କହିଲେ ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀ ବିଜୟ ଶାହ

 

ଆଇପିଏଲର ବଳକା ମ୍ୟାଚ୍ ପାଇଁ ନୂଆ ନିୟମ, ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳି ଆଣିପାରିବେ ଟିମ୍।

 

ଭାରତୀୟ ବାୟୁସେନା ହେଲା ବିଶ୍ୱର ତୃତୀୟ ସର୍ବ ବୃହତ ଏୟାରଫୋର୍ସ।

 

ଭାରତ ଦ୍ୱାରା ବର୍ଷକରେ ବିକ୍ରି ହେଲାଣି ୨୪ ହଜାର କୋଟିର ଯୁଦ୍ଧାସ୍ତ୍ର।

 

ଆମାଜନ ଓ ଫ୍ଲିପକାର୍ଟରେ ବିକ୍ରି ହେବନି ପାକିସ୍ତାନୀ ପତାକା। odiaxpress

 

ପାକିସ୍ତାନ ରେଞ୍ଜର୍ସ ରଖିଥିବା ବିଏସ୍‌ଏଫ୍ କନଷ୍ଟେବଳ ପୂର୍ଣ୍ଣମ ସ’ଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଫେରାଇ ଦିଆଯାଇଛି

 

ଶାନ୍ତି ଆଲୋଚନା ପୂର୍ବରୁ ଅସ୍ତ୍ରବିରତି ମଧ୍ୟରେ ୧,୨୪୦ ରୁଷିଆ ସୈନିକଙ୍କୁ ହତ୍ୟା କଲା ୟୁକ୍ରେନ

 

ବ୍ରିଟେନ୍‌ର ରାଜରାସ୍ତାରେ ବୁଲୁଛନ୍ତି ୪୦୦ ଘାତକ ବୋମା। ସିରିଆ ଏବଂ ଇରାକ ଯାଇ ଆତଙ୍କବାଦୀ କାମ କରିଥିଲେ

=======================

ଆଜି ଅନ୍ତର୍ଜାତୀୟ ପରିବାର ଦିବସ

 

ଆଜି ଜନ୍ମଦିନ: ଶହୀଦ ସୁଖଦେଵ, ମାଧୁରୀ ଦୀକ୍ଷିତ, ସାଇନି ଆହୁଜା, ଅପରାଜିତା ମହାନ୍ତି, ସୁକନ୍ୟା ପରିଡା (କ୍ରିକେଟ, ଆଳି କେନ୍ଦ୍ରାପଡା)

 

ଆଜି ତିରୋଧାନ: ଭୈରୋ ସିଂ ଶେଖାୱତ, କେଏମ କାରିଆପ୍ପା

 

ଇତିହାସରେ ଆଜି ଦିନ: (୧୭୧୮) ବିଶ୍ୱର ପ୍ରଥମ ମେସିନଗନ ପେଟେଣ୍ଟ ହେଲା/(୧୯୨୮) ପ୍ରଥମ ମିକି ମାଉସ ସିନେମା ପ୍ରଦର୍ଶିତ/ (୧୯୪୦) ପ୍ରଥମ ମାକ ଡୋନାଲଡ଼ ରେଷ୍ଟୁରାଣ୍ଟ ଖୋଲିଲା/ (୧୯୫୭) ବ୍ରିଟେନ ଦ୍ୱାରା ହାଇଡ୍ରୋଜେନ ବୋମା ପରୀକ୍ଷଣ

=======================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻