March 10, 2026
IMG-20230515-WA0056
Share

ଜବରଦଖଲ ଉଛେଦ ଦାବୀ

 

 

ବୋଲଗଡ,୧୫/୫(ଉପାନ୍ତ ଓଡିଶା)

ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତ ନାରାୟଣୀପଡା ଗ୍ରାମରେ କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ମୌଜା ଅଧିନ ଅନାବାଦୀ ଓ ସଂରକ୍ଷିତ ସରକାରୀ ଜମିକୁ ଜବରଦଖଲ ଅକ୍ତିଆର କରି ସେଥିରେ ବେଆଇନ ନିର୍ମାଣ ଜାରି ରଖିଛନ୍ତି ଏ ସଂକ୍ରାନ୍ତରେ ଅତିତରେ ବହୁବାର ଗ୍ରାମବାସୀ ମାନେ ଖୋର୍ଦ୍ଧା ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାରଙ୍କ ନିକଟ ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଯାହା ଫଳରେ କି ଅନ୍ୟମାନେ ଜବରଦଖଲ ପାଇଁ ଉତ୍ସାହିତ ହେଉଛନ୍ତି ଏଥିନେଇ ସୋମବାର ନାରାୟଣାପଡା ଗ୍ରାମର କେତେକ ମୁରବୀ ଶ୍ରେଣୀୟ ବ୍ୟକ୍ତି ସ୍ଥାନୀୟ ତହସିଲଦାର ସନ୍ତୋଷିନି ଦାସଙ୍କୁ ସାକ୍ଷାତ କରି ଜବରଦଖଲ ଉଛେଦ ପାଇଁ ଅବେଦନ କରିଛନ୍ତି ଏଥିରେ ଗ୍ରାମ୍ୟ କମିଟି ସଭାପତି ବିଜୟ କୁମାର ଚୌଧୁରୀ, ସଂପାଦକ ଆନନ୍ଦ ଚନ୍ଦ୍ର ମାର୍ଥାଙ୍କ ନେତୃତ୍ବ ରେ ଭାସ୍କର ଚୌଧୁରୀ, ସତ୍ୟାନନ୍ଦ ରାଉଳ, ଧନେଶ୍ବର ଚୌଧୁରୀ, ବିଜୟ କୁମାର ପଣ୍ଡା ଅକ୍ଷୟ, ଚୌଧୁରୀ ଚୈତନ୍ୟ ରାଉତ ଓ ପ୍ରଫୁଲ୍ଲ ରାଉତ ପ୍ରମୁଖ ଉପସ୍ଥିତ ରହି ଜବରଦଖଲ ଉଛେଦ ନିମନ୍ତେ ଗ୍ରାମବାସୀ ମାନଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ପ୍ରଦାନ କରିବା ପରେ ତହସିଲଦାର ଏହାର ବିଦ୍ଧିବଧ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ପିଚୁକୁଳି ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଧେଶ ଜାରୀ କରିଛନ୍ତି।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)