March 12, 2026

ଗଜପତିଜିଲ୍ଲାଆଇନସେବା ପ୍ରାଧିକରଣ ପକ୍ଷରୁ ବର୍ଷର ୨ୟ ଜିଲ୍ଲାସ୍ତରୀୟରାଷ୍ଟ୍ରୀୟ ଲୋକ ଅଦାଲତକାର୍ଯ୍ୟକ୍ରମ ଅନୁଷ୍ଠିତ

f00b2f19-1558-4eb3-b647-50952e9e339e
Share


ପାରଳାଖେମୁଣ୍ଡି:୧୪/୫(ଗରୁଡଧ୍ଵଜଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେଗଜପତିଜିଲ୍ଲାଆଇନସେବା ପ୍ରାଧିକରଣ ପକ୍ଷରୁ ବର୍ଷର ୨ୟ ଜିଲ୍ଲାସ୍ତରୀୟରାଷ୍ଟ୍ରୀୟ ଲୋକ ଅଦାଲତକାର୍ଯ୍ୟକ୍ରମ ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଜ୍ୟ ଆଇନସେବାପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେଅନୁଷ୍ଠିତହୋଇଯାଇଛି ଏହି ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସହ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ ।ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ବିଭିନ୍ନପ୍ରକାରରବିଚାରଧୀନ ଥିବା ଓ ପ୍ରାକ୍ ମକଦ୍ଦମା ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଙ୍କ୍ ମାନ ପ୍ରତିଷ୍ଠା କରା ଯାଇଥିଲା ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ପ୍ରାୟତଃ ସମସ୍ତ ପ୍ରକାରର ମକଦ୍ଦମା ଯଥା: ବ୍ୟାଙ୍କ୍ ସମ୍ବନ୍ଧୀୟ , ଦେୱାନୀ , ଫୌଜଦାରୀ , ପ୍ରାକ୍ ମକଦ୍ଦମା ସମାଧାନ ଯୋଗ୍ୟ କେଶ ଗୁଡ଼ିକର ସମାଧାନ କରା ଯାଇଥିଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଦୀପ କୁମାରସାମଲ ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ବର୍ଷା ଶର୍ମା , ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ବରିଷ୍ଠ ଦେୱାନୀବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ। ।ସେହିପରି ଭାବେ ଆର.ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ସିନିୟର୍ ସିଭିଲ ମାଜିଷ୍ଟ୍ରେଟ ଶ୍ରୀ ପୁଣ୍ୟଶ୍ଲୋକ ରଥ ଓ ଜେଏମଏଫସି ଶ୍ରୀ ତରୁଣ କୁମାର ସେଠୀ , ମୋହନା କୋର୍ଟର ଜେଏମଏଫସି ଶ୍ରୀ ଶୁଭଜିତ ବେହେରା , ଓ କାଶୀନଗର କୋର୍ଟର ଜେଏମଏଫସି ସୁଶ୍ରୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର‌୍ୟ୍ୟ ସମ୍ପାଦନ କରିଥିଲେ ।ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ରାଜ୍ୟଆଇନସେବା
ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ୍ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୋର୍ଟ ଓକିଲ ସଂଘର ବରିଷ୍ଠଆଇନଜୀବି ମାନେ ଯଥା ଅଶୋକ କୁମାର ପାଣିଗ୍ରାହୀ , ଶ୍ରୀ ହିରାଚାନ୍ଦ୍ ପଟ୍ଟନାୟକ , ଶ୍ରୀ ପ୍ରମୋଦ ପାଣିଗ୍ରାହୀ , ଶ୍ରୀ ଅରୁଣ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ ମକଦ୍ଦମାପରିଚାଳନାସହଯୋଗ କରିଥିଲେ ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତ
କାର୍ଯ୍ୟକ୍ରମ ରେ ଆସିଥିବା ସମୁଦାୟ ୧ ହଜାର ୩୩୦ ଟି କେଶ ବିଚାରକୁ ନିଆ ଯାଇଥିବା ବେଳେ ସେଥି ମଧ୍ୟରୁ ୧୦୩ କେଶର ତ୍ୱରିତ ସମାଧାନ କରାଯାଇ ସର୍ବମୋଟ ୨୦ ଲକ୍ଷ ୨୪ ହଜାର୪୬୪ଟଙ୍କାଆଦାୟକରାଯାଇଥିଲା ଏହି ରାଷ୍ଟ୍ରୀୟ ଲୋକଅଦାଲତର ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ ରବୀନ୍ଦ୍ର କୁମାର ପରିଡାଙ୍କ ସମେତ ଶ୍ରୀ ରଘୁ ନନ୍ଦନ ଦାସ , ଶ୍ରୀ ଶିବ ପ୍ରସାଦ ସେନାପତି ଓ ଶ୍ରୀ କାହ୍ନୁ ଚରଣ ପଣ୍ଡା ପ୍ରମୁଖଉପସ୍ଥିତରହିପରିଚାଳନାରେ ସହଯୋଗ କରିଥିଲେ