March 8, 2026

ମସିହାଖାଲି ଗ୍ରାମରେ ହନୁମାନ ଜୟନ୍ତୀ ପାଳିତ।

bcd72347-49b4-473c-894a-62e7770a50c3
Share

ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ମସିହାଖାଲି ଗ୍ରାମରେ ଆଡ଼ମ୍ବରରେ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରାତ ସ୍ନାନ, ସୂର୍ଯ୍ୟ ପୂଜା, ଘୃତ ଯଜ୍ଞ, ହୋମ, ହନୁମାନ ଚାଳିଶା ପାଠ ତଥା ଆଳତି ଆଦି ପୂଜା ପାଠ ସମ୍ପୂର୍ଣ ସନାତନ ଧର୍ମ ଓ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଆମ ଆଧ୍ୟାତ୍ମିକ, ଐଶ୍ୱରିକ ଓ ଧାର୍ମିକ ପରମ୍ପରା ଓ ସଂସ୍କୃତିରେ ଏକ ଗୁରୁତ୍ତ୍ୱପୂର୍ଣ ତଥା ଓଡ଼ିଆ ଚାଲି ଚଳନ ଓ ଜନ ଜୀବନରେ ଅନନ୍ୟ ଭୂମିକା ରଖୁଥିବା ଏହି ପବିତ୍ର ଦିବସରେ ଅନୁଷ୍ଠିତ ଏହି ଅବସରରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ହୋମ ଯଜ୍ଞ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା। ପଣା ସଂକ୍ରାନ୍ତି ଅବସରରେ ପଣା ବଣ୍ଟନ କରାଯାଇଥିଲା ଏଥିରେ ଗୌତମ ମହାରଣା, ଭଦ୍ରିନାଥ ମହାରଣା, ସ୍ରିନୁ ଆଚାରୀ, ସୁଦାମ ଜେନା, ବିନୋଦ ପ୍ରଧାନ କିନ୍ତୁ ପ୍ରଧାନ କୃଷ୍ଣ ମହାରଣା କାମନା ପ୍ରଧାନ ସୁଶାନ୍ତ ସାହୁ ପ୍ରକାଶ ପ୍ରଧାନ ଅଭିରାମ ବିଷୋୟୀ, କାମନା ପ୍ରଧାନ, କାହୁଁ ପ୍ରଧାନ, ସମୀର ମହାରଣା ବସନ୍ତ ମହାରଣା, ସୁନିଲ ନନ୍ଦ, ଗୋପାଳ ଜେନା, ବିନୋଦ ସାହୁ କିରଣ ମହାରଣା କାଲିଆ ପାତ୍ର ଓ ବହୁ ହନୁମାନ ଭକ୍ତ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ