March 12, 2026

 ମଙ୍ଗଳପୁର ଠାରେ ଆମ ପୋଲିସ ସମିତିର ସଚେତନତା ବୈଠକ….

blu0
Share

 

ବେଲଗୁଣ୍ଠା, ୧୫/୦୩- ଆଜି ସନ୍ଧ୍ୟା ୫ ଘଣ୍ଟ ସମୟରେ ମଙ୍ଗଳପୁର ବଡଦାଣ୍ଡ ସାହିରେ ବେଲଗୁଣ୍ଠା ପୋଲିସର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ ଯୋଗ ଦେଇଥିବା ବେଳେ ଜିଲିବା ସେବା ସମବାୟ ସମିତିର ସଭାପତି ରାଜକିଶୋର ବିଷୋୟୀ,ସରପଞ୍ଚ ପ୍ରତିନିଧି ଜ୍ୟୋତି ରଞ୍ଜନ ନାୟକ ଓ ସାମ୍ବାଦିକ ମାଧବ ଆପଟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଏହି କର୍ଯ୍ୟକ୍ରମରେ ମୁଖ୍ୟତଃ ଟ୍ରାଫିକ ସଚେତନତା ଓ ଯୁବଗୋଷ୍ଠୀ ଟ୍ରାଫିକ ନିୟମ ମାନି କିପରି ଗାଡି ଚଲେଇବେ ତଥା ବିନା ଡ୍ରାଇଭିଂ ଲାଇସେନ୍ସ ଗାଡି ଚଲାଇବା, ଦ୍ରୁତଗତିରେ ନ ଯିବା, ଦୁଇ ଜଣରୁ ଅଧିକ ଗାଡ଼ିରେ ବାସୀ ନଯିବା ଓ ମଦ୍ୟପାନ କରି ଗାଡି ଚଳେଇବା ଉପରେ ଆଲୋଚନା ହୋଇଥିଲା। ଏହାସହ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଗୁଣି ଗାରେଡି ଉପରେ ବିଶ୍ୱାସ କରି ଖଟବିଦ୍ୟା ଭଳି କୁସଂସ୍କାରକୁ ପ୍ରୟୋଗ କରି କାହାକୁ ବାସନ୍ଦ କରିବା, ଡାକ୍ତରଙ୍କୁ ନିଜ ରୋଗ ନଦେଖାଇ ଗୁଣି ଗାରେଡି ପାଖକୁ ଯିବା ଉପରେ ମୁଖ୍ୟତଃ ସଚେତନତା କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମର ୩୦୦ ରୁ ଉର୍ଦ୍ଧ ଯୋଗ ଦେଇଥିଲେ। ଏହାସହ ପରିଣତ ବୟସରେ ନିଜ ବାପା, ମାଆ ଙ୍କୁ ବୋଝ ବୋଲି ନଭାବି ଅଣଦେଖା ନକରି ସହ ନିର୍ଯ୍ୟାତନା ନଦେବା ପାଇଁ ପରାମର୍ଶ ଦେଇଥିଲେ ଓ ବାପା, ମାଆ ଙ୍କୁ ଅଲୋଡ଼ା ନଭାବି ସେମାନଙ୍କ ଯତ୍ନ ନେଲେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିବା ସହ ପରିବାର ହସଖୁସିରେ ରହିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। କୌଣସି ପରିସ୍ଥିତିରେ ବି ଆଇନ ହାତକୁ ନନେବା ସହ ପୋଲିସର ଦୃଷ୍ଟି ଆକର୍ଷଣ କରିବା ସହ ବେଲଗୁଣ୍ଠା ପୋଲିସ ସଦାସର୍ବଦା ଲୋକଙ୍କ ନିକଟତର ହେବେ ବୋଲି କହିଥିଲେ। ବେଲଗୁଣ୍ଠା ଥାନାର ସେକଣ୍ଡ ଅଫିସର ଅଭୟ ପ୍ରଧାନ, ଏସ.ଆଇ ନାରାୟଣ ନାୟକ, ଏସ.ଆଇ ମହେଶ୍ୱର ବେହେରା, ଏ.ଏସ.ଆଇ ଜ୍ୟୋତ୍ସ୍ନା ପ୍ରଧାନ ଓ କନେଷ୍ଟବଳ ଲଳିତା ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନତା କରାଇଥିଲେ। ସାମ୍ବାଦିକ ମାଧବ ଆପଟ ସ୍ୱାଗତ ଭାଷଣ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)