March 12, 2026

ଗତକାଲି ମଧ୍ୟରାତ୍ରରେ ରାସ୍ତା ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଛନ୍ତି…

car2
Share

                                                                                                                                                                                                ସମ୍ବଲପୁର:ଗତକାଲି ମଧ୍ୟରାତ୍ରରେ ରାସ୍ତା ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଛନ୍ତି। ଏକ ଗ୍ୟାସ୍‌ ଟ୍ୟାଙ୍କର ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିବା ନେଇ ସୂଚନା ମିଳିଛି।ନବୀନ ନିବାସରୁ ବିଜେଡିର ଏକ ଗୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ଫେରିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁର ଜିଲା ରେଢ଼ାଖୋଲର ବେଲଡିହି ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରସନ୍ନଙ୍କ ତାଙ୍କ ପିଏସ୍‌ଓ ଏବଂ ଡ୍ରାଇଭର ଆହତ ହୋଇଛନ୍ତି। ସମସ୍ତଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରସନ୍ନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଥିଲେବି ଉଚ୍ଚ ଚିକିତ୍ସା ପାଇଁ ଆଜି ସକାଳୁ ଭୁବନେଶ୍ବର ନିଆଯାଉଥିବା ଖବର ମିଳିଛି। ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି।ପ୍ରଶନ୍ନ ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା। ଏଭଳି ଅଘଟନ ସମ୍ବାଦ ପାଇ ପଶ୍ଚିମାଞ୍ଚଳରେ ଚାଞ୍ଚଲ୍ୟ ଖେଲି ଯାଇଛି।ତାଙ୍କ ଆଶୁ ଆରୋଗ୍ୟ ପାଇଁ ସବୁ ମହଳରେ ପ୍ରାର୍ଥନା କରାଯାଉଛି।