ଡ୍ରାଇଭର ମହାସଂଘ ପକ୍ଷରୁ ଶାନ୍ତି ପୂର୍ଣ ରାସ୍ତା ରୋକ
ଅସ୍ତରଙ୍ଗ ୧୫/୦୩/ ରାଜ୍ୟ ସରକାରଙ୍କ ନିକଟରେ ୧୦ଦଫା ଦାବି ରଖି ଓଡ଼ିଶା ଡ୍ରାଇଭର ମହାସଂଘ ୧୫ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦେଇଥିବା ଷ୍ଟିୟରୀଙ୍ଗ ଛାଡ଼ ଆନ୍ଦୋଳନ ବୁଧବାର ଦିନ ଆରମ୍ଭ ହୋଇଛି । ପୂର୍ବରୁ ମହାସଙ୍ଘ ଘୋଷଣା କରିଛି ଯେ ଅଂହିସା ପୂର୍ଣ୍ଣ ଭାବରେ କେବଳ ବ୍ୟବସାୟୀକ ଗାଡ଼ି ଗୁଡିକ ବନ୍ଦ ରହିବା ସହିତ ସମସ୍ତ ଘରୋଇ ଏବଂ ଜରୁରୀ କାଳୀନ ଗାଡି ଚାଲୁ ରହିବ। ମହାସଙ୍ଘର ଡ଼ାକରାରେ ସାମିଲ ହୋଇଛି ଅସ୍ତରଙ୍ଗ ବ୍ଳକର ଶତାଧିକ ଡ୍ରାଇଭର।ଅସ୍ତରଙ୍ଗର କୁହୁଡି ଛକ ନିକଟରେଅସ୍ତରଙ୍ଗ ଭୁବନେଶ୍ୱର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସଭାପତି କୃପାସିନ୍ଧୁ ବସ୍ତିଆଙ୍କ ନେତୃତ୍ୱରେ ଉପସଭାପତି ବସନ୍ତ ମଲ୍ଲିକ, ମାନସ ମୁଦୁଲି, ମନୋଜ ବିଶ୍ୱାଳ ,ଦୀପୁ ବିଶ୍ୱାଳ କବାଡ଼ିଆ ସମେତ ୧୦୦ରୁ ଅଧିକ ଡ୍ରାଇଭର ଏକାଠି ହୋଇ ଦାବି ସମ୍ବନ୍ଧୀୟ ବିଭିନ୍ନ ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ରାସ୍ତାରେ ଯାଉଥିବା ଗାଡିକୁ ଅଟକାଇ ଫୁଲ ମାଳ ଦେଇ ଆନ୍ଦୋଳନରେ ସାମିଲ ହେବାକୁ କହିଥିଲେ ।ଡ୍ରାଇଭର ମାନଙ୍କର କୌଣସି ମୌଳିକ ଅଧିକାର ପ୍ରତି ସରକାର ସଚେତନ ନୁହଁନ୍ତି।ଦୁର୍ଘଟଣା ଜନିତ କାରଣରୁ କୌଣସି ଡ୍ରାଇଭର ମୃତ୍ୟୁବରଣ କଲେ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା କିମ୍ବା ତାର ପରିବାରକୁ ସରକାରଙ୍କ ଜରୁରୀକାଳୀନ କ୍ଷତିପୂରଣ ଦେବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।ଆକସ୍ମିକ ଦୁର୍ଘଟଣା ସମୟରେ ସେମାନଙ୍କୁ କୌଣସି ସୁରକ୍ଷା ଦିଆଯାଏ ନାହିଁ।ଡ୍ରାଇଭର ସମାଜ ସବୁବେଳେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କ ଦାବିକୁ ସରକାର କଣ ପାଇଁ ଏଡାଇ ଦେଉଛନ୍ତି ବୋଲି ସଂଘ ସଭାପତି ପ୍ରଶ୍ନ କରିଛନ୍ତି। ଆନ୍ଦୋଳନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଅସ୍ତରଙ୍ଗ ଥାନା ଆଇଆଇସି ପଞ୍ଚାନନ ପରିଡାଙ୍କ ନେତୃତ୍ୱରେ ଏ ଏସ ଆଇ ରତ୍ନାକର ବେହେରା,ହୋମ ଗାର୍ଡ ରଞ୍ଜନ ସ୍ୱାଇଁ, ଶିବ କାଣ୍ଡି, ସଂଗ୍ରାମ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ।
[15/03, 19:19] Ganesh Bisoi: ଦୁଃଶାସନ ନାୟକ,ଅସ୍ତରଙ୍ଗ