ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଦ୍ୱିତୀୟ ଥର ଆଆଇସି ଭାବେ ଯୋଗ ଦେଲେ ବାବୁଲି ନାୟକ
ପାରଳାଖେମୁଣ୍ଡି:୧୫/୩(ଗରୁଡ଼ ଧ୍ଵଜ ଚୌଧୁରୀ )ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରଦ୍ୱିତୀୟ ଥର ଆଇଆଇସି ଭାବେ ଯୋଗଦାନ କଲେ ବାବୁଲି ନାୟକ l ନୂତନ ଆଇଆଇସି ଭାବେ ଦ୍ୱିତୀୟ ଥରପାଈଁ ଦାୟିତ୍ୱ ଗ୍ରହଣ କରିଛନ୍ତି. ଏଥି ପୂର୍ବରୁ ସେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଆଇଆଇସି ଭାବେ ୨୦୧୩ ଜୁଲାଇ ମାସରେ ପ୍ରଥମ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ. ପରେ ୨୦୧୯ ମାର୍ଚ୍ଚରେ ଶ୍ରୀ ନାୟକ ପାରଳାଖେମୁଣ୍ଡି ଥାନାରୁ ଗୋଳନ୍ଥ ଥାନାକୁ ବଦଳି ହୋଇଥିଲେ. ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ ସମୟ ଧରି ଆଇଆଇସି ଭାବେ ପାରଳାଖେମୁଣ୍ଡି ଥାନାରେ ଦକ୍ଷତାର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରି ପାରଳାଖେମୁଣ୍ଡି ଜନ ସାଧାରଣଙ୍କ ସହ ଉପରସ୍ତ ଅଧିକାରୀମାନଙ୍କ ବେଶ ପ୍ରିୟ ପାତ୍ର ହୋଇପାରିଥିଲେ. ଶ୍ରୀ ନାୟକଙ୍କ ଦୀର୍ଘ ୬ବର୍ଷର ଅଭିଜ୍ଞତା ରହିଥିବାରୁ ପାରଳାଖେମୁଣ୍ଡି ଅଞ୍ଚଳରେ ପୋଲିସର ସମସ୍ତ କାର୍ଯ୍ୟ ସମ୍ପାଦନ ତାଙ୍କ ପାଇଁ ବେଶ ସହାୟକ ହେବ. ବିଗତ ଦିନରେ ଶ୍ରୀ ନାୟକ ପାରଳା ଥାନାର ଆଇଆଇସି ଭାବରେ କାର୍ଯ୍ୟ ତୁଲାଇ ଲୋକଙ୍କ ନିକଟରେ ପୋଲିସ ସେବାକୁ ପହଞ୍ଚାଇ ଯେଭଳି ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସର୍ବ ସାଧାରଣରେ ଯେପରି ଆଦରଣୀୟ ହୋଇପାରିଥିଲେ ପୁଣି ସେଭଳି କାର୍ଯ୍ୟ କରି ଲୋକଙ୍କୁ ସେବା କରିବେ ବୋଲି ପାରଳା ଜନ ସାଧାରଣଙ୍କ ତରଫରୁ ପ୍ରକାଶ କରାଯିବା ସହ ଶ୍ରୀ ନାୟକ ପୁଣି ଥରେ ଆଇଆଇସି ଦାୟିତ୍ୱ ନେଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରାଯାଇଛି. ଆଇଆଇସି ଭାବେ ପୁଣି ଥରେ ଦାୟିତ୍ୱ ଗ୍ରହଣ କରି ଶ୍ରୀ ନାୟକ କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଟ୍ରାଫିକ ବ୍ୟବସ୍ତା ପ୍ରତି ଗୁରୁତ୍ୱ ଦେବା ଏବଂ ପୋଲିସ ସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୁଖ୍ୟ କାର୍ଯ୍ୟ ହେବ କିନ୍ତୁ ପାରଳାଖେମୁଣ୍ଡି ସହର ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଚୋରି ବୃଦ୍ଧି ପାଇବରେ ଲାଗିଛି ଏଣୁ ଏହାକୁ ଆଖିରେ ରଖି ନୂତନ ଦ୍ୱିତୀୟ ଥର ପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇଆଇସି ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବାବୁଲି ନାୟକ ଏଥି ପ୍ରତି ଗୁରୁତ୍ଵ ଦେବେ ବୋଲି ପାରଳାଖେମୁଣ୍ଡି ବସୀ ଆଶା ବ୍ୟକ୍ତ କରିଛନ୍ତି l