March 10, 2026

ଗଜପତି ଜିଲ୍ଲାର ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଟନେଲ କାର୍ଯ୍ୟ ଶେଷ ଅବସ୍ଥାରେ

IMG-20230315-WA0036
Share

ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆର. ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ ପଂଚାୟତରେ ହେଉଥିବା ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଟନେଲ କାର୍ଯ୍ୟ ଶେଷ ଅବସ୍ଥାକୁ ଆସିଥିବା ଦେଖିବାକୁ ମିଳିଛି।ଏହି ଟନେଲର ଲମ୍ବ ୧୨୮୦ମିଟର ହୋଇଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା ୧୨୦୪ମିଟର ଟନେଲ ଖୋଳା କାର୍ଯ୍ୟ ଶେଷ ହୋଇଛି।ହୋଳା ହେବାକୁ ଥିବା ୭୬ ମିଟର କାର୍ଯ୍ୟ କିଛି ଟନେଲ ମଧ୍ୟରେ ଅଘଟଣ ଆଶଙ୍କା ଥିବାରୁ ତାହାର ପୂର୍ବ ପ୍ରସ୍ତୁତି କାର୍ଯ୍ୟ ପରେ ଟନେଲ ଖୋଳା ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି।ସ୍ତାନୀୟ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଇଂ. ବିରେନ୍ଦ୍ର କୁମାର ଜଗତ ବିଭାଗୀୟ ଅଧିକାରୀ ଙ୍କୁ ଧରି ପ୍ରକଳ୍ପ ସ୍ଥଳକୁ ବାରମ୍ବାର ଗସ୍ତ କରି କାର୍ଯ୍ୟ ତଦାରଖ କରୁଥିବା ବେଳେ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ଏବଂ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ. ଅଶ୍ୱିନୀ କୁମାର ମହାନ୍ତି ପ୍ରକଳ୍ପ ସ୍ଥାନକୁ ଆସି କାର୍ଯ୍ୟ ତଦାରଖ କରିବା ସହ କାର୍ଯ୍ୟଟି କିପରି ସୁଚାରୁରୂପେ ଶେଷ ହେବ ଆଶା ବାନ୍ଧି ରହିଛନ୍ତି।ଏହି ପ୍ରକଳ୍ପର ଟନେଲ କାର୍ଯ୍ୟ ଶେଷ ହେଲେ ପ୍ରକଳ୍ପର ପୂର୍ଣ୍ଣାଙ୍ଗ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ଜଗତ ପ୍ରକାଶ କରିଛନ୍ତି।ଏହି ପ୍ରକଳ୍ପ କାର୍ଯ୍ୟରୁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଥିବା ହଜାର ହଜାର ହେକ୍ଟର ଜମିକୁ ପାଣି ମାଡିବା ସହ ପାନୀୟ ଜଳର ସୁବିଧା ସଙ୍ଗେ ଆଗାମୀ ଦିନରେ ବିଦ୍ୟୁତ ଆଦାୟ କରାଯିବ ବୋଲି ଜଣାପଡିଛି।