November 15, 2024
Share

*ଖବର ଆଜିର*
ତାରିଖ ୧୫/୦୩/୨୦୨୩ ବୁଧବାର ।
ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ: ଲାହୋରରେ ପହଁଚିଲା ଇସଲାମାବାଦ ପୁଲିସ ।

ମାର୍ଚ୍ଚ ୧୫ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋୟର ପିଏମ୍‌ଜିରେ ଗର୍ଜିବେ ଦେଢ଼ ଲକ୍ଷ ଶିକ୍ଷକ, କରିବେ ତିନି ଦଫା ଦାବି ।

ଭୋପାଳ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲା: କେନ୍ଦ୍ରକୁ ‘ସୁପ୍ରିମ୍’ ଝଟକା, ପୀଡ଼ିତଙ୍କୁ ଅତିରିକ୍ତ ସହାୟତା ଆବେଦନ ଖାରଜ ।

ଆଦାନୀ ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଲେ ବିରୋଧୀ: ଜେପିସି ତଦନ୍ତ ଦାବିରେ ଜିଦରେ ଅଟଳ ବିରୋଧୀ ।

ପୁଣି ଛଟେଇ କରିବ ମେଟା, ଏଥର ୧୦ ହଜାର କର୍ମଚାରୀ ହେବେ ବିଦା ।

ଉଚ୍ଚ ଶିକ୍ଷିତ ବ୍ୟକ୍ତି ହିଁ ଦେଶର ପ୍ରଧାନମନ୍ତ୍ରୀ ହେବା ଦରକାର: ଅରବିନ୍ଦ କେଜରିୱାଲ ।

ବେଙ୍ଗାଲୁରୁରରେ ଏୟାରହଷ୍ଟେସଙ୍କ ରହସ୍ୟଜନକ ମୃତ୍ୟୁ: ପୁରୁଷ ବନ୍ଧୁ ଆଦିଶଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ ।

ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଅସୁସ୍ଥ । ସେ ଏବେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରେ ପହଞ୍ଚି ବିଧାୟିକାଙ୍କୁ ଭେଟିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

ରାଜ୍ୟରେ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ୧,୪୯୩ ଜଣ ସାମ୍ବାଦିକଙ୍କୁ ମିଳିଛି ୮ କୋଟି ଟଙ୍କାର ସହାୟତା।

ପଶ୍ଚିମା ଝଡ଼: ୧୬ରୁ ୧୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।

ବିପଦଜନକ ରିଲ୍ସ ନକରିବାକୁ ସତର୍କ କଲା ଓଡିଶା ପୋଲିସ: ଶସ୍ତା ଲୋକପ୍ରିୟତା ପାଇଁ ଷ୍ଟଣ୍ଟ ନକରିବାକୁ ଦେଲା ପରାମର୍ଶ ।

ରାଜ୍ୟ ଶିକ୍ଷା ମନ୍ତ୍ରୀ: ଡ୍ରପ୍‌ ଆଉଟ୍‌ ଛାତ୍ରଛାତ୍ରୀ ଦେଇପାରିବେ ସପ୍ଲିମେଣ୍ଟାରି ପରୀକ୍ଷା।

ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ପଞ୍ଜାବର ୯ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।

ସ୍ମାର୍ଟଫୋନ୍‌ ପାଇଁ ନୂଆ ସୁରକ୍ଷା ଯାଞ୍ଚର ଯୋଜନା କରୁଛନ୍ତି ସରକାର, ପ୍ରି-ଇନଷ୍ଟଲ୍‌ ଆପ୍‌ ଉପରେ ଲାଗିବ ଲଗାମ ।

ଗତ ୫ ବର୍ଷରେ ବିଜ୍ଞାପନ ବାବଦକୁ ୧୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର; ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ ।
H3N2 ଭାଇରସକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ସତର୍କତା ଅବଲମ୍ବନ କରନ୍ତୁ : ନିରଞ୍ଜନ ମିଶ୍ର ।

ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ’: ଇନ୍‌ଫ୍ଲୁଏଞ୍ଜା ଏଚ୍୩ଏନ୍୨ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଦିଲ୍ଲୀ ହିଂସା ମାମଲାରେ ୯ ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ, କୋର୍ଟ କହିଲେ ଏକ ସଂପ୍ରଦାୟକୁ କ୍ଷତି ପହଞ୍ଚାଇବା ଥିଲା ଉଦ୍ଦେଶ୍ୟ ।

ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ଲାଲୁ, ରାବଡି ।

ରାଜଧାନୀରେ ଗାଡି ଚଳାଚଳକୁ ବିରୋଧ କଲେ କାର୍ଯ୍ୟାନୁଷ୍ଠାନ, ୧୧୨କୁ କଲ୍ କରି ସହଯୋଗ ନେଇପାରିବେ: ପୋଲିସ୍ କମିଶନର ।

AUKUS: ଅଷ୍ଟ୍ରେଲିଆକୁ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ ଯୋଗାଇବେ ଆମେରିକା-ବ୍ରିଟେନ, ଯୋଜନା ଉପରୁ ଉଠାଇଲେ ପରଦା ।

ଜିଓ ପକ୍ଷରୁ ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ ।

ସୁପ୍ରଭାତ ,ଶୁଭ ସକାଳ ।