ବିଲ ମଝିରେ ବ୍ରତ ରଖିଥିବା ଶ୍ରଦ୍ଧାଳୁଙ୍କ ମନଜିତିଲେ “ମା ନାରାୟଣୀ ଯୁବକ ସଙ୍ଘ “ର ସଦସ୍ୟ ମାନେ
ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବ୍ରତ ରଖି ପୁରୀ ସଦର ଗଡ଼ମୃଗଶିରା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ବାବା ଯୋଡାଲିଙ୍ଗଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି l ଦୁଃଖର ବିଷୟ ବାବା ଯୋଡାଲିଙ୍ଗଙ୍କ ପୀଠ ଗହୀର ମଝିରେ ଥିବାରୁ ସେଠାରେ ଶୋଷ ମେଣ୍ଟାଇବା ପାଇଁ ଆବଶ୍ୟକିୟ ପାଣିର ସୁବିଧା ନଥାଏ l ତେଣୁ ବ୍ରତ ରଖିଥିବା ଶ୍ରଦ୍ଧାଳୁ ମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଜମାରସୁଆଁ ଗ୍ରାମର ସମାଜସେବୀ ପ୍ରଣୟ କୁମାର ଜେନାଙ୍କ ତତ୍ୱାବଧାନ ରେ ମା ନାରାୟଣୀ ଯୁବକ ସଙ୍ଘର ସଦସ୍ୟମାନେ ଦହି, କ୍ଷୀର, ସେଓ, ଅଙ୍ଗୁର, କମଳା, ଡାଳିମ୍ବ, କାଜୁ, ନଡ଼ିଆ, କଦଳୀ ଏବଂ ବିଭିନ୍ନ ପୃଷ୍ଟିକର ଦ୍ରବ୍ୟ ପକାଇ ଖରାରେ ଶରୀରକୁ ଶକ୍ତି ଯୋଗାଇବା ଭଳି ସୁସ୍ୱାଦୁ ସର୍ବତ ପ୍ରସ୍ତୁତ କରି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମ କି ପରିଚାଳନା କରିବାରେ ପ୍ରଣୟଙ୍କୁ ଶଙ୍କର ଜେନା, ସୁନୀଲ ପାତ୍ର, ପ୍ରୀତିବାସ ପରିଡା, ସିଲୁ ବାରିକ, ଆକାଶ ଲକି, ଶୟନ ଜେନା, ଦେବାଶିଷ ପାଇକରାୟ, ବାଜିଆ ଓ ଗଣେଶଙ୍କ ସହିତ ଯୁବକ ସଂଘର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
