ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ


ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ(ଉପାନ୍ତ ଖବର)
ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଡ଼ିମ୍ବିରି ପଲ୍ଲୀ ଠାରୁ ସଢଙ୍ଗିପଲ୍ଲୀ ପର୍ଯ୍ୟନ୍ତ ମୁଖ୍ୟ ମନ୍ତ୍ରୀ ସଡକ ଯୋଜନାର ଶୁଭାରମ୍ଭ କରିବା ସହ ଭିତି ପ୍ରସ୍ତର ସ୍ଥାପନ କଲେ ସୋରଡ଼ା ବିଧାୟକ ଶ୍ରୀ ଯୁକ୍ତ ନିଳମଣୀ ବିଷୋୟୀ । ଏହି ସଡକ ନିର୍ମାଣ ହେବା ଦ୍ଵାର ସଡକ ନିକଟରେ ଥିବା ବହୁ ଗ୍ରାମ ପଞ୍ଚାୟତ ଏବଂ ବହୁତ ଗୁଡିଏ ଗ୍ରାମର ଲୋକେ ନିଜ ବ୍ଲକ୍ ବେଲଗୁଣ୍ଠା କୁ ବହୁତ ସହଜରେ ଏବଂ ଶୀଘ୍ର ଯାତାୟତ କରି ପାରିବେ ଏବଂ ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ମଧ୍ୟ୍ୟ ଉନ୍ନତି ହେବ ବୋଲି ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ଭାବରେ ଶ୍ରୀ ଜିତେନ୍ଦ୍ର କୁମାର ନାୟକ, ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତିସଭ୍ୟ ତଥା ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
