ପୁରୀରେବାବା ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ମହାସମାରୋହ ରେ ପାଳନ କରାଯାଇଛି
ଆଜି ସକାଳୁ ପୁରୀର ପୁରାତନ ଶୈବପୀଠ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କ ପୀଠରେ ହଜାର ହଜାର ଭକ୍ତ ଘଣ୍ଟାଘଣ୍ଟା ଧରି ଧାଡିରେ ଠିଆହୋଇ ବାବା ଲୋକନାଥ ଙ୍କ ଦର୍ଶନ କରିଛନ୍ତି l ଏଥିସହିତ ଶ୍ରଦ୍ଧାଳୁ ଭକ୍ତମାନେ ନିଜନିଜ ପିଲାମାନଙ୍କର ଶରୀର ସୁସ୍ଥ ନିମନ୍ତେ ବିଭିନ୍ନ ଯାଚେଙ୍ଗା ରଖିଥାନ୍ତି ଯଥା ରୁପା ଏବଂ ତମ୍ବା ଧାତୁର ଗୋଡ଼, ହାତ, ପେଟ, ପିଠି, କାନ, ନାକ, ଛାତି ସହିତ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଜାଗର ଯାତ୍ରାରେ ବାବା ଲୋକନାଥ ଙ୍କୁ ଦାନ କରିଥାନ୍ତି l ଏଥିସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଣି, ଟଙ୍କତୋରାଣୀ, ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ମାଗଣାରେ ବଣ୍ଟନ କଟାଯାଉଛି l ବାବା ଲୋକନାଥଙ୍କର ଆଜି ଜାଗର ଯାତ୍ରାରେ ମୁଖ୍ୟ ଭୋଗ ହେଉଛି ଚୁଡାଘସା ଶ୍ରଦ୍ଧାଳୁ ଭକ୍ତମାନେ ଚୁଡା ନଡ଼ିଆ ଗୁଡ଼ ଏବଂ ଚୁଡାଘସା ମସଲା କିଣି ଚୁଡାଘସା ତିଆରିକରି ତାଳପତ୍ର ଭୋଗେଇରେ ବାବା ଲୋକନାଥଙ୍କୁ ଅର୍ପଣ କରିଛନ୍ତି l ପୁରୀ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ପର୍ଯ୍ୟଟକ ତୀର୍ଥଯାତ୍ରୀ ଭକ୍ତ ଏବଂ ଜାଗର ଦ୍ବୀପ ଜାଳିବା ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ରୁ ଭକ୍ତମାନେ ଖୁସିରେ ବାବାଙ୍କ ଦର୍ଶନ କରି ଫେରୁଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
