ମୁକ୍ତା ଯୋଜନା ସମ୍ବନ୍ଧିତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ..
ବୁଗୁଡ଼ା : ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା)ର ନିର୍ଦ୍ଦେଶ କ୍ରମେ ମୁକ୍ତା ଯୋଜନାର ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ ନିମନ୍ତେ ମିଶନ୍ ଶକ୍ତି ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟାଗଣ ଏବଂ ପୌରସଂସ୍ଥାର ଅଧିକାରୀମାନଙ୍କ ପାଇଁ ତାଲିମ୍ କାର୍ଯ୍ୟକ୍ରମର ବ୍ଯବସ୍ଥା କରିଛନ୍ତି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ମିଶନ ଶକ୍ତି ସ୍ବଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ୩୦ ଜଣ ସଦସ୍ଯାଙ୍କ ସମେତ ମାଷ୍ଟର ଟ୍ରେନର ଉଷାରାଣୀ ମହାପାତ୍ର ଓ ସସ୍ମିତା ମିଶ୍ର ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରି ମାଷ୍ଟର ଟ୍ରେନରମାନଙ୍କୁ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ଯ ବିଷୟରେ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, କାଉନସିଲର ଭାଗ୍ଯଲତା ମହାନ୍ତି , ପ୍ରୋଜେକ୍ଟ କୋଅର୍ଡିନେଟର ସର୍ବେଶ୍ଵର ବାରିକ , ଇମ୍ପ୍ଲିମେଣ୍ଟ ଏକ୍ସପର୍ଟ ଦ୍ବିତୀକୃଷ୍ଣ ସାହୁ , ଆକାଉଣ୍ଟ୍ ଏକ୍ସପର୍ଟ ସଙ୍କେତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ସମ୍ପର୍କେ ନିଜ ନିଜର ଅଭିଭାଷଣ ରଖିଥିଲେ ।