March 10, 2026

କୋରାପୁଟ ପରବ ପଡିଆ ଠାରେ ଜ଼ିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସଵ ଅନୁଷ୍ଠିତ

IMG-20260115-WA0080
Share

 

 

 

ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସଵ କୋରାପୁଟ ସ୍ଥିତ ପରବ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି । କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲାକା ଯୋଗ ଦେଇଥିଲେ I ନିଜ ଅଭିଭାଷଣରେ ପିଏଶ୍ରୀ ଯୋଜନାକୁ ସ୍ୱାଗତ କରିବା ସହ କୋରାପୁଟର ଛାତ୍ର ଛାତ୍ରୀମାନେ ଆଗାମୀ ଦିନରେ ଆୟୋଜିତ ରାଜ୍ୟସ୍ତରୀୟ ପିଏମ ଶ୍ରୀ ଉତ୍ସବରେ ଭଲ ପ୍ରଦର୍ଶନ କରି କୋରାପୁଟର ଟେକ ରଖିବେ ବୋଲି ଆଶା ବାଦୀ ଥିବା ପ୍ରକାଶ କରିଛନ୍ତି I ସମ୍ମାନିତ ଅତିଥି ଭାବରେ ପଟ୍ଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡାମ , ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ, କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୁପୁ ଭତ୍ରା ଓ ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉନ୍ତା ତଥା ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ରାମେଶ୍ୱେର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ ସହିତ ବେଦ ଧ୍ଵନୀ ମାଧ୍ୟମରେ କାର୍ଯ୍ୟକୁ ଶୁଭାରମ୍ଭ କରା ଯାଇଥିଲା । କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ସତନ୍ତ୍ର ସ୍ବାଗତ ସଙ୍ଗୀତ ଗାନ କରା ଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କରୁଣାକର ଭୁଏ ସମସ୍ତ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ବାଗତ କରିଥିଲେ । ଜିଲ୍ଳା ଶିକ୍ଷାଧିକାରୀ ଉକ୍ତ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଅତିଥି ମାନଙ୍କୁ ଅବଗତ କରାଇ ଥିଲେ। ଅତିଥି ମାନଙ୍କ ଦ୍ଵାରା ଉତ୍ସବରେ ଖୋଲା ଯାଇଥିବା ପାଭିଲିଆନକୁ ଉଦ୍-ଘାଟନ କରାଯାଇଥିଲା। ଏହି ଉତ୍ସବରେ ତିନୋଟି ପାଭିଲିଆନ ଯଥା ଇନସପ୍ୟାରିଙ୍ଗ ଓଡିଶା, ଛାତ୍ର ଛାତ୍ରୀ ଙ୍କ ପ୍ରତିଭା ଗ୍ୟାଲେରୀ, ପିଏମ ଶ୍ରୀ ବ୍ୟବସାୟୀକ ସମ୍ମିଳନୀ କରାଯାଇଛି ଯାହା ପିଲାଙ୍କ ମଧ୍ୟରେ ଥିବା ସୃଜନ ଶିଳତା କୁ ପ୍ରସ୍ଫୁଟିତ କରିବାରେ ସହଯୋଗ କରିବ I ଜିଲ୍ଲାର ୧୯ ଟି ପିଏମ ଶ୍ରୀ ବିଦ୍ୟାଳୟରୁ ୧୦୦୫ ବିଦ୍ୟାର୍ଥୀଙ୍କ ଏହି ଉତ୍ସବ ରେ ଯୋଗଦେଇ ଥିଲେ I ଛାତ୍ରଛାତ୍ରୀ ମାନେ କିପରି ପିଏମ ଶ୍ରୀ ଯୋଜନାର ଲାଭ ଉଠାଇ ପାରିବେ ଓ କୋରାପୁଟ ଜିଲ୍ଲାର ଉନ୍ନତିରେ ସହାୟକ ହୋଇପାରିବ ଏହି ଉତ୍ସବର ଲକ୍ଷ୍ୟ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ଉଲେଖ୍ୟ କରିଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର l