March 10, 2026

ଉମରକୋଟ ବ୍ଲକ ଅନ୍ତଃର୍ଗତ ଦେଓପୁର ଗ୍ରାମ ରେ ମାନ୍ୟବର ରାଜ୍ୟସଭା ସାଂସଦ ଜନାଵ ମୁନ୍ନା ଖାନ ଙ୍କ ଜନ୍ମଦିନ ପାଳନ……

IMG-20260115-WA0078
Share

 

 

ଉମରକୋଟ : ମାନ୍ୟବର ରାଜ୍ୟସଭା ସାଂସଦ ଜନାଵ ମୁନ୍ନା ଖାନ ଙ୍କ ଜନ୍ମଦିନ ଅବସରରେ ଉମରକୋଟ ବ୍ଲକ ଅନ୍ତଃର୍ଗତ ଦେଓପୁର ଗ୍ରାମ ରେ, ସ୍ଥାନୀୟ “ଜନ ଜାଗୃତି ମଞ୍ଚ ଏବଂ “ଯାଦବମାଝି ସାମାଜିକ ଓ ସାଂସ୍କୃତିକ ପରିଷଦ” ର ମିଳିତ ସହଯୋଗ ରେ ଏକ “ବାଲ୍ୟ ବିବାହ ନିରୋଧ ସଚେତନତା ଶିବିର” ଆୟୋଜିତ ହେଇଛି ! ଏବଂ ଏହି ଶୁଭ ଅବସର ରେ କମିଟି ତରଫେ, ଦେଓପୁର ଏବଂ ସେମିଲିଗୋଦ୍ରା ଗ୍ରାମାଞ୍ଚଳ ର ସର୍ବ ମୋଟ ୨୫୦ ଜଣ ଉର୍ଦ୍ଧ୍ଵ ଗରିବ ଶ୍ରେଣୀ ର ଲୋକ ଙ୍କୁ ମାଗଣା ରେ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା ! ଆୟୋଜିତ ଏହି ବର୍ଣାଢ୍ୟ କାର୍ଯ୍ୟକ୍ରମ ରେ ପରିଷଦ ର ଜିଲ୍ଲା ସଭାପତି ସମାଜସେବୀ ସୟଦ କାଜମ ମଦାନୀ ସଭାପତିତ୍ୱ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ, ଆଇନ ଉପଦେଷ୍ଟା ତଥା ବରିଷ୍ଠ ଓକିଲ ଶ୍ରୀନିବାସ ପଟ୍ଟନାୟକ, ଓକିଲ ସଂଗ୍ରାମ ପଟ୍ଟନାୟକ, ସଂଖ୍ୟା ଲଘୁ ସଦସ୍ୟ ସୁଧାଂଶୁ ସାଧୁ, ଜନଜାଗୃତି ସଭାପତି ପର୍ଶୁ ଭତରା, ଖାଣ୍ଡା ଗ୍ରା. ପ. ସରପଞ୍ଚ ରମେଶ ଭତ୍ରା, ଦାମ ସାନ୍ତା, ଆଶାରାମ ସାନ୍ତା, ଧନିରାମ ଗଣ୍ଡ, କୁସୁମା ସାନ୍ତା, ତୁଳା ଭତ୍ରା, ହରି ସାନ୍ତା, ଦୟା ସିରା ପ୍ରମୁଖ ସହଯୋଗ କରିଥିଲେ!