March 11, 2026

ଉମରକୋଟ ଫକିରମୋହନ ପଠନଶାଳାର ବାର୍ଷିକ ଉତ୍ସବ

IMG-20260115-WA0077
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ଫକିରମୋହନ ପଠନଶାଳାର ୧୮ତମ ବାର୍ଷିକ ଉତ୍ସବ ମକର ମିଳନ ଓ ବ୍ୟାସକବିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ସାରସ୍ୱତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ବିଶେଷାଙ୍କ ସହିତ କବି ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଭଜନାବଳୀ ନୀଳକନ୍ଦରରେ ଶ୍ରୀଜଗନ୍ନାଥ ଏବଂ ଡଃ ସୁରେନ୍ଦ୍ର ନାଥ ଦାସ ଙ୍କ ଦୁଇଟି ଐତିହାସିକ ଉପନ୍ୟାସ ଏଣ୍ଟେବରେ 90 ମିନିଟ୍ ଏବଂ ରକ୍ତ ଭିଜା ମେବାରର ଏକ ଛିନ୍ନ ପୃଷ୍ଠା ପୁସ୍ତକଟି ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମ ଉଦ୍ଘାଟନ ସ୍ଥାନୀୟ ତହସିଲଦାର ମଘବାନ ବାଗ କରିଥିଲେ ।ଅନ୍ୟ ସମସ୍ତ ଅଧିବେଶନ ଗୁଡିକରେ ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ ରାଉତ ଶିକ୍ଷାରେ ମୂଲ୍ୟବୋଧ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।

ଆଲୋଚନା ଚକ୍ରରେ ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ କୋରାପୁଟ ଜିଲ୍ଲାପାଳ ଗଦାଧର ପରିଡା ଯୋଗଦେଇ ଅଭିବକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ, ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ଡଃ ଅନୀଲ କୁମାର ମିଶ୍ର, ଡଃ ପ୍ରଦୀପ କୁମାର ମିଶ୍ର, ରାମଚନ୍ଦ୍ର ରାମ , ଅଧ୍ୟକ୍ଷା ନମିତା ମହାପାତ୍ର,ଟୁଟୁବାବୁ ପଟ୍ଟନାୟକ, ଶ୍ରୀନିବାସ ପଟ୍ଟନାୟକ ନାୟକ,ସାଗର କୁମାର ପରିଡ଼ା, ପ୍ରମୁଖ ଫକିରମୋହନ ସେନାପତିଙ୍କ ସ୍ମୃତି ଚାରଣ କରିଥିଲେ। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଶତାଧିକ କବି ସ୍ବରଚିତ କବିତା ପାଠ କରି ମାନପତ୍ର ଓ ସିଲ୍ ଗ୍ରହଣକରି ସମ୍ବର୍ଦ୍ଧିତ ହୋଇଥିଲେ।କବିତା ପାଠରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୋପାଳ ମହାରଣା ଅଧ୍ୟକ୍ଷ ପରୀକ୍ଷିତ ସାହୁ , କବି ମନୋରମା ମହାପାତ୍ର, କେଦାରେଶ୍ୱର ପଟ୍ଟନାୟକ,

ସମୀର କୁମାର ପ୍ରଧାନ,ମହାନନ୍ଦ ମହାଳିକ, ପ୍ରମୋଦ କୁମାର ରାହୁଳ ଯୋଗଦେଇଥିବା ବେଳେ କବିତା ଗୁଡ଼ିକ ସଂଯୋଜନା ସର୍ବଶ୍ରୀ ନଗେନ୍ଦ୍ର କୁମାର ରାଉତ, ସ୍ୱାଗତିକା ସାହୁ,ସ୍ୱପ୍ନା ମହାନ୍ତି, ଶାନ୍ତିଲତା ମହାନ୍ତି, ପ୍ରଭାତୀ ଦେବନାଥ, ସୁଶୋଭିତା ମେରିଲିନ ମୁରୁକ,ସୁପ୍ରଭା ତ୍ରୀପାଠୀ, ଦେବେନ୍ଦ୍ର ପ୍ରସାଦ ନାୟକ,ରାଜ କିଶୋର ନାୟକ, ପ୍ରକାଶ କୁମାର ବେହେରା ପ୍ରମୁଖ

କାର୍ଯ୍ୟକ୍ରମକୁ ସୁଚାରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ।