ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଧାୟକ ଙ୍କ ଶାଢ଼ୀ ବଣ୍ଟନ
ରାୟଗଡା ରାୟଗଡା ବିଧାୟକ ଶ୍ରୀ ଆପଲ ସ୍ୱାମୀ କାଡ଼ରକା ଆଜି ପବିତ୍ର ମକର ସଂକ୍ରାନ୍ତି ରେ ଆମ୍ବାଗୁଡା ସ୍ଥିତ ନିଜ ବାସ ଭବନ ନିକଟରେ ସହରର ପ୍ରାୟ ୫୦୦ଜଣ ମହିଳା ଙ୍କୁ ଶାଢ଼ୀ ବଣ୍ଟନ କରିଥିବା ବେଳେ ପ୍ରାୟ ୧୦୦ଜଣ ଅସହାୟ ପୁରୁଷ ଙ୍କୁ ଲୁଙ୍ଗି ଓ ଟାୱାଲ ପ୍ରଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ କୋରାପୁଟ ଲୋକ ସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲକା ଯୋଗ ଦେଇଥିବା ବେଳେ ଦଳର ପ୍ରାୟ ୫୦ଜଣ କର୍ମୀ ଯଥା ବରଷ୍ଠ କଂଗ୍ରେସ କର୍ମୀ ଶ୍ରୀ ଶଙ୍କର ମଙ୍ଗରାଜ, ହରିଶ ପଟନାୟକ, ଜଗଦୀଶ୍ୱର ରାଓ ,କିଶୋର କୌଶଲ୍ୟା,ଗୌରୀ ପଟନାୟକ, ମୌଲି କୁମାର,ବିକାଶ କୁମାର, ମହେଶ ,କିଲିଗାନ୍ଧୀ,ଭୂଷଣ ବିଡ଼ିକା, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିବା ସହିତ ବୟଯେଷ୍ଟ ଙ୍କ ଠାରୁ ଆଶ୍ରିବାଦ ଭିକ୍ଷା ପ୍ରାପ୍ତ କରି ମୂଁ ଏହି କାର୍ଯ୍ୟକ୍ରମ ଟିକୁ ଦୀର୍ଘ୧୫ବର୍ଷ ହେବ କରି ଆସୁଅଛି ଆପଣ ମାନଙ୍କ ଆଶ୍ରିବାଦ ହେଲେ ମୂଁ ବଞ୍ଚି ଥିବା ପର୍ଯ୍ୟନ୍ତ କରବିବୋଲି ପ୍ରତିଶୃତି ଦେଇଛନ୍ତି ପ୍ରକାଶ ଥାଉ କି ବିଧାୟକ ମୋହଦୟ ଏବେ ୧୪ମାସ ହେବ ବିଧାୟକ ହୋଇଛନ୍ତି କିନ୍ତୁ ସେ ଦୀର୍ଘ ଦିନରୁ ଲୋକଙ୍କ ସେବାରେ ନିଜକୁ ନି୍ୟଜିତ କରିଦେଇଛନ୍ତି ଏକଥା ବିଭିନ୍ନ ପତ୍ର ପତ୍ରିକା ଓ ଟେଲିଭିଯନ ମାଧ୍ୟମରେ ସମସ୍ତେ ଦେଖି ସାରିଥିବେ ସେ କିପରି ପରିଚୟ ନ ଥିବା ଶବ ହେଉ କି ଅସହାୟ ପରିବାର ର ଶବ ହେଉ ସମସ୍ତ ଙ୍କ ପାଇଁ ନିଜେ ମାସଣି କୁ ଯାଇ କାଠ ଯୋଗାଡ଼ କରନ୍ତି ସମସ୍ତେ ଜାଣନ୍ତି ତେଣୁ ସହର ର ଅନେକ ଲୋକଙ୍କ ପ୍ରିୟପାତ୍ର ସାରିଛନ୍ତି କିନ୍ତୁ ଲୋକ ସଭାସାଂସଦ ଶ୍ରୀ ଉଲ୍ଲକା ମୋହଦୟ ଆଜି ପର୍ଯ୍ୟନ୍ତ ସେଭଳି ଆଖି ଦୃଶିଆ କିଛି କରି ନ ଥିବା ଲୋକେ ଫୁସରୁ ଫାସର ହେବା ଜଣା ପଡୁଛି ଦେଖା ଯାଉ ସାଂସଦ ମୋହଦୟ ବିଧାୟକ ଙ୍କ କାର୍ଯ୍ୟ କୁ ଦେଖି ଆଗାମୀ ଦିନରେ କଣ କରୁଛନ୍ତି
ରାୟଗଡା ରୁ ରବି ରାଜ ବୈଦ୍ୟଙ୍କ ରିପୋର୍ଟ
