ରେବେଣାନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉର୍ତ୍ସବ ଧୂମଧାମର ସହିତ ପାଳନ କରାଯାଇଛି ..

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ରେବେନାନୁଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉର୍ତ୍ସବ ପୁରାତନ ଛାତ୍ରଛାତ୍ରୀ ଏବଂ ବର୍ତମାନ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହା ଆଡମ୍ବରରେ ଚାରିଦିନ ଧରି ପାଳନ କରାଯାଇଛି l ଏହି ଉର୍ତ୍ସବର ଉଦଯାପନୀ ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଧାନସଭା ର ବାଚସ୍ପତି ସୁରମା ପାଢ଼ୀ, ପୁରୀ ସାଂସଦ ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ରେବେଣାନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଜୋତ୍ସ୍ନାରାଣୀ ଜଗଦେବ, ପୁରାତନ ଛାତ୍ର ସଂଗଠନ ର ସଭାପତି ମୁରଲୀଧର ସାହୁ, ସମ୍ପାଦକ କରୁଣାକର ପ୍ରଧାନ, ପୂର୍ଣଚନ୍ଦ୍ର ସାହୁଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ସାରି ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଫଳକକୁ ଉନ୍ମୋଚନ କରିଥିଲେ l ପରେପରେ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏବଂ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା l ବିଦ୍ୟାଳୟର ଯେଉଁ ଛାତ୍ରମାନେ ସୈନ୍ୟବାହିନୀରେ ଯୋଗଦାନ କରି ସହୀଦ ହୋଇଛନ୍ତି ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ବିଦ୍ୟାଳୟର ସ୍ମରଣିକା ଉନ୍ମୋଚନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ସଂଗଠନ ର ଛାତ୍ରଛାତ୍ରୀ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କ ସହିତ ରେବେଣାନୂଆଗାଁ ର ଗ୍ରାମବାସୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l