May 11, 2026

ମା ସମଲେଇ ଠାନୁଁ ମୂଳ ହେଲା ସମ୍ବଲପୁରୀ ଧନୁଯାତରା

IMG-20250115-WA0018
Share

ସମ୍ବଲପୁର:ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ଆଉର ପ୍ରସାର ଲାଗି ୨୦୨୪ ନୁ ମୂଲ ହେଇଥିବା ସମ୍ବଲପୁରୀ ଧନୁଯାତରା ୨୦୨୫ ଆଏଜ ଠାନୁଁ ମା ସମଲେଇ ମନ୍ଦିରନୁ ସୁରୁ ହେଇଛେ।

ମା ପାଖେ ପୂଜା ପାଠ କରି ବଜା ଗଜା ସହ ଧୂମଧାମ ଥି ଗୁଟେ ସାଂସ୍କୃତିକ ଶୋଭାଯାତ୍ରା ସମଲେଇ ମନ୍ଦିରନୁ ବାହାରିକରି ଗଙ୍ଗାଧର ମଣ୍ଡପନେ ପହଞ୍ଚିଛେ। ଇଥି ସମ୍ବଲପୁରୀ ଧନୁ ଯାତରା ର ସଭାପତି ସଞ୍ଜୟ ବାବୁ, ଉପସଭାପତି ରାମଦାସ ପଣ୍ଡା, ସମ୍ପାଦକ ଗୁଣ ରଞ୍ଜନ ସାଳିମା, କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ,ଲଳିତ ମୋହନ ଵେବର୍ତ୍ତା, ସୂର୍ଯ୍ୟ ପାଣିଗ୍ରାହୀ, ଯୋଗେଶ କୁମାର ନନ୍ଦ, ଗୋକୁଳ ମେହେର,ଶଙ୍କର ବେହେରା, ସ୍ୱାଧୀନ ପଣ୍ଡା, ରାହୁଲ ଗୁପ୍ତା, ସୌରୀ ନାରାୟଣ ପାଣିଗ୍ରାହୀ,ସୁରେଖା ସାହୁ, ସୁଷମା ପ୍ରଧାନ, କୃଷ୍ଣ ଓମ ପ୍ରକାଶ ପଣ୍ଡା,ପ୍ରମିଳା ବେହେରା,ଶ୍ଵେତା ପଣ୍ଡା,ସଞ୍ଜୀବ, ଇଂ ଅନମୋଲ, ମଣ୍ଟୁ ପଣ୍ଡା, ନାଟ୍ୟକାର ନିର୍ଦେଶକ ବବୁଲୁ ବାଗ, କଂସ ଭୂମିକାନ ଥିବା ଫନୀନ୍ଦ୍ର ପଣ୍ଡା ନୁ ସବୁ କଳାକାର ଆଉର କମିଟିର ସଭ୍ୟ ସଭ୍ୟା ମାନେ ଯୋଗ ଦେଇକରି ନାଚି ଡେଗି କରି ବଡା ଉଷଦ ଆନନ୍ଦ ସାଙ୍ଗେ ସାମିଲ ହେଇଥିଲେ। ଇଥିର ଲାଗି ଆଏଜ ସାରା ସହରେ ଖୁସୀର ମାହୋଲ ଭରି ଯାଇଛେ।
ଆଏଜ ବେଳବୁଡେ କଂସର ଜନମ ରହସ୍ୟ,ମହାରାଜ୍ ଉଗ୍ରସେନଙ୍କର ଗାଦିଚ୍ୟୁତ,କଂସର ରାଜାଭିଷେକ୍,
ଦେବକୀର ବିହା, ନାରଦ ମୁନୀଙ୍କର ପରାମର୍ଶ,କଂସର ମରନ୍ ର ଆକାଶବାଣୀ, ଦେବ୍‌କୀ ଆଉ ବସୁଦେବଙ୍କୁ ଜହଲ ଘରେ ବନ୍ଦି,
ଦେବକୀ ପହେଲା ପୁଓର କଂସର ହାତେ ମୃତ୍ୟୁ ଲେଖେ କାର୍ଯ୍ୟକ୍ରମ ରହିଛେ। ଇଥିର ଲାଗି ଚାଉଁରପୁର ଗୋପପୁର ଆଉର ଗଙ୍ଗାଧର ମଣ୍ଡପ ମଥୁରା ନାଗରୀ ଭାବେ ମହକି ଉଠିଛେ।