May 20, 2025
Share

 

୧-ମାଟ୍ରିକ ପ୍ରଶ୍ନପତ୍ରରେ ଲାଗିବ ବାର୍ କୋଡ୍‌ ଓ ୱାଟର ମାର୍କ ବ୍ୟବସ୍ଥା : ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ଜଣାପଡ଼ିବ।

 

୨-ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି, ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

 

୩-ଏଣିକି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର: ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟବସ୍ଥା କରାଯାଇଛି।

 

୪-କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ,ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅବସରରେ ଏମଓୟୁ ସ୍ୱାକ୍ଷର ହେବ।

 

୫-କେନ୍ଦୁଝର:ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବଙ୍କୁ କଲେ ପୂଜାର୍ଚ୍ଚନା।

 

୬-କନ୍ଧମାଳରେ ପୁଣି କଟିଲା ୮୬ ଏକର ଗଞ୍ଜେଇ ଗଛ, ମୂଲ୍ୟ ୧ କୋଟି ୮ ଲକ୍ଷ ଷାଠିଏ ହଜାର

 

୭-ମକର ସଂକ୍ରାନ୍ତିରେ ବି ମହାଝାମେଲା: ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ,ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ।

 

୮-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୧୦ଟା ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ।

 

୯-ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ‘… ଛି ଛି ଛି ଲୋ ନନୀ ଛି …ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି କୋରାପୁଟିଆ ଏଇ ୨୪ବର୍ଷ ତଳର ଗୀତ।

 

୧୦-ପିପିଲି:କଣାସରେ ଅଣାୟତ ସ୍ଥିତି, ବ୍ୟାପୁଛି ଡାଇରିଆ, ୪୦ରୁ ଅଧିକ ଲୋକ ଆକ୍ରାନ୍ତ।

 

୧୧-ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ : ୪ରୁ ଅଧିକ ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ, ଦେଢ଼ଲକ୍ଷ ଟଙ୍କା ଲୁଟିଲେ।

 

୧୨-କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହୀରମଥାରେ ଗୁଳିକାଣ୍ଡ ଘଟଣାରେ ୮ ମତ୍ସ୍ୟଜୀବୀ ଗିରଫ ।

 

୧୩-୧୬ ତାରିଖ ପର୍ଯ୍ୟନ୍ତ ୩ ଜିଲା କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକ ଜିଲାକୁ ଘନ କୁହୁଡି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି।

 

୧୪-ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା, ଯାତ୍ରା କମିଟି ସଦସ୍ୟ ଓ କମିଶନରେଟ ପୁଲିସ ବୈଠକରେ ହେଲା ନିଷ୍ପତ୍ତି।

 

୧୫-ଉଦୟଗିରି ଠାରେ ଗୁରୁ ପଦ୍ମ ସମ୍ଭବ ମହାସମାବେଶ, ବୌଦ୍ଧ ସନ୍ୟାସୀଙ୍କ ଆଶୀର୍ବାଦ ନେଲେ ଡ. ଅଚ୍ୟୁତ ସାମନ୍ତ।

 

୧୬-କୁମ୍ଭମେଳାରୁ ଶ୍ରଦ୍ଧାଳୁଙ୍କୁ ନେଇ ତେଲେଙ୍ଗାନା ଫେରୁଥିବା ବସ୍ ରେ ଅଗ୍ନିକାଣ୍ଡ, ୧ ମୃତ।

 

୧୭-୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଶନ ମୌସମକୁ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ।

 

୧୮-ଆଇଆଇଟିରୁ ଆଧ୍ୟାତ୍ମିକତା – ଉଚ୍ଚ ଦରମା ଚାକିରି ଛାଡି ସନ୍ନ୍ୟାସୀ ହୋଇଛନ୍ତି ୯ ଆଇଆଇଟି ଛାତ୍ର।

 

୧୯-ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଟ୍ରେନି IAS ପୂଜା ଖେଡକର, ଆଗୁଆ ଜାମିନ ପାଇଁ କଲେ ଆବେଦନ।

 

୨୦-ଅଷ୍ଟ୍ରେଲିଆ ସିରିଜରେ ଶୋଚନୀୟ ପରାଜୟ ପରେ କଠୋର ହେଲା ବିସିସିଆଇ, ଟୁର୍ଣ୍ଣାମେଣ୍ଟ ବେଳେ ପତ୍ନୀଙ୍କୁ ନେଇ ବିଦେଶ ଗସ୍ତ ମନା।

 

୨୧-ଜମ୍ମୁ-କାଶ୍ମୀର ରଜୌରୀ ଜିଲାର ନୌଶେରା ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,୬ ଯବାନ ଆହତ।

 

୨୨-ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୧୮ ମୃତ।

 

୨୩-ଶପଥ ନେବା ପରେ ପୁଟିନଙ୍କୁ ଭେଟିବେ ଟ୍ରମ୍ପ । ଔପଚାରିକ ଘୋଷଣା କଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି

 

*🙏 ସୁପ୍ରଭାତ 🙏*