November 21, 2024

ଉପେନ୍ଦ୍ର ସ୍ମାରକୀ ଚତୁର୍ଥ ରକ୍ତଦାନ ଶିବିର ଆୟୋଜିତ

Share

ଗଞ୍ଜାମ: =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଇରାଶି ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଯୁବ ସଙ୍ଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସଦସ୍ୟ ସ୍ବର୍ଗତ କେ ଉପେନ୍ଦ୍ର କୁମାର ରେଡ୍ଡୀଙ୍କ ସ୍ମୃତିରେ ଚତୁର୍ଥ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଗଞ୍ଜାମ ପ୍ରେସ କ୍ଳବ୍ ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ ବଡ଼ରାମଚନ୍ଦ୍ର ପୁର ସ୍ଥିତ ନୀଳକଣ୍ଠଶ୍ଵର କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକ୍ଷକ ଡ଼ା ସୌମ୍ୟକାନ୍ତ ମହାପାତ୍ର, ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ରମ୍ଭା ଥାନା ଉପ ଆରକ୍ଷୀ ଅଧିକାରୀ ଲିଙ୍ଗରାଜ ସାହୁ ପୋଇରାସୀ ସରପଞ୍ଚ ରବୀନ୍ଦ୍ରନାଥ ବେହେରା, ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଆଖଣ୍ଡଳମଣି ବେହେରା, ଦିଗ ଦର୍ଶନ ଫାଉଣ୍ଡେସନ ନିର୍ଦ୍ଦେଶିକା ସୁଶ୍ରୀ ବିଜୟ ଲକ୍ଷ୍ମୀ ମହାଙ୍କୁଡ ପ୍ରମୁଖ ମଞ୍ଚାସିନ ଥିଲେ। ବ୍ରହ୍ମପୁର ଏମ କେ ସି ଜି ରକ୍ତଭଣ୍ଡାର ଶ୍ରୀ ପ୍ରଦୀପ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ରକ୍ତ ଭଣ୍ଡାର କର୍ମଚାରୀ ୫୭ ଗୋଟି ରକ୍ତ ୟୁନିଟ ସଂଗ୍ରହ କରିଥିଲେ। ଗଣେଶ ମହାରଣା, ବି ଦିଲୀପ ରେଡ଼ି,ଡି ଅର୍ଜୁନ ରେଡ଼ି,ସିଲୁ ବେଜ୍, ପ୍ରଦୀପ ମହାପାତ୍ର, ନିରାକାର ମହାରଣା, ସନ୍ତୋଷ ସାହୁ,ଦିବ୍ୟାଲୋଚନ ବେହେରା,ଶିବ ବେହେରା, ଜିତେନ୍ଦ୍ର ସାହୁ,ସାଗର ସେଠୀ, ରମେଶ ଗୌଡ ବି ହରିକୃଷନ ରେଡି, ଡି ଅମିତ ପାତ୍ର, ବିଜୟ ସାହୁ, ସୁଶାନ୍ତ ସେଠୀ, ପି ହରିକୃଷ୍ଣ ରେଡ଼ି, ପ୍ରସନଜିତ ଦାଶ, ଆର୍ ହେମନ୍ତ ରେଡ଼ି, କେ ବଳରାମ ରେଡ଼ି, ଆର୍ ପ୍ରକାଶ ରେଡ଼ି, ରଞ୍ଜିତ ସେଠୀ, ଶିଲ୍ଲୁ ମହାରଣା ଅଭୟ ଜୁତି, କାଳିଆ ପ୍ରଧାନ, ବସନ୍ତ ବେହେରା, ରାଜୀବ ମହାପାତ୍ର, ବି ରାମ ପ୍ରସାଦ, ରବୀନ୍ଦ୍ର ପ୍ରଧାନ, ଫକୀର ବେହେରା, ଆକାଶ ବେହେରା, ରାଜେଶ ସ୍ୱାଇଁ, ହିନ ଗୌଡ, ଜିତୁ ଵେଜ୍, ଏସ ଧର୍ମା ରେଡ଼ି, କେ ଜପେନ୍ଦ୍ର ରେଡ଼ି,ମନୋଜ ବଂଗାରି, ସୁଧାକର ବେହେରା, ସଞ୍ଜୟ ସ୍ୱାଇଁ, ଶ୍ରୀମତୀ ଶିଲୁ ପ୍ରଧାନ, ଡି ଆରେୟା ପ୍ରଧାନ, ସୁର ପ୍ରଧାନ, କାଳୁ ଚରଣ ଦାସ, ୱାଇ ରବୀନ୍ଦ୍ର ରେଡ଼ି, ଦୀପକ ଗୌଡ, ଏମ ସଂଗ୍ରାମ ରେଡ଼ି, ଆର୍ ଦୁର୍ଯୋଧନ ରେଡ଼ି, ରବୀନ୍ଦ୍ର ଗୌଡ, ରଞ୍ଜନ ମହାରଣା, ଶିବ ପ୍ରସାଦ ମହାରଣା ଆଖଣ୍ଡଳମଣି ବେହେରା, ମିଟୁ ମହାପାତ୍ର କୈଳାଶ ସେଠୀ, ଦୀପକ ସାହୁ, ପ୍ରଦୀପ ବେଜ, କେ ହରିହର ରେଡ଼ି, କାମେଶ୍ୱର୍ ବାରିକ୍ ପ୍ରମୁଖ ରକ୍ତଦାତା ରକ୍ତଦାନ କରିଥିଲେ। ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡ଼ି, ଦୀପକ ସାହୁ, ଚୈତନ୍ୟ ରେଡ଼ି, କୈଳାଶ ସେଠୀ,ସୁନିଲ ସେଠୀ, ଜଗନ୍ନାଥ ସେଠୀ,ବାବୁ ନାହାକ, ଅଶୋକ ବେହେରା,ଦୀପକ ଗୌଡ,ବି ଦେବାଶିଷ ରେଡ଼ି,ଆର୍ ମାଗୁଣି ରେଡ଼ି,ଆର୍ ଗଣେଶ ରେଡ଼ି, ପୂର୍ଣ୍ଣ ଚନ୍ଦ୍ର ଗୌଡ ଅନିଲ ସେଠୀ, ସିମାଞ୍ଚଳ ମହାପାତ୍ର,ବି ତୋଫାନ ରେଡ଼ି, ରବୀନ୍ଦ୍ର ଗୌଡ, ସ୍ଵାଧୀନ ବେଜ, ମିଥୁନ ଗୌଡ, ମିଟୁ ମହାପାତ୍ର, ଟୁନା ବେହେରା,ରାଜୀବ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ।

You may have missed