November 15, 2024

କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Share

ବୁଗୁଡ଼ା : ତା ୧୫/୦୧/୨୩ : ତାଲୁକା ଆଇନ ସେବା ପ୍ରାଧୀକରଣ ବୁଗୁଡ଼ା ତରଫରୁ ଆଜି ସ୍ଥାନୀୟ କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ପରିଣିତା ନାୟକ ବୃକ୍ଷ ରୋପଣ ପୂର୍ବକ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏସିଏଫ୍ ପ୍ରଭାକର ନାୟକ, ଓକିଲ ସଂଘର ସଭାପତି ମିହିର କାନ୍ତ ପାଣିଗ୍ରାହୀ, ଅମର କୁମାର ପଟ୍ଟନାୟକ , ପ୍ରଭାତ କୁମାର ଜେନା, ସାଈ ସନ୍ତୋଷିନୀ ପ୍ରଧାନ, ହର ପ୍ରସାଦ ଦାଶ, ବିଭୁଦତ୍ତ ନାୟକ, ଭକ୍ତରାମ ଦାସ, ମନୋଜ କୁମାର ପାଣିଗ୍ରାହୀ ଓ ଅନ୍ୟ ଓକିଲ ଓ କର୍ମଚାରୀମାନେ ଉପସ୍ଥିତ ରହି କୋର୍ଟ ପରିସରରେ ବୃକ୍ଷ ରୋପଣ କରିଥିଲେ ।