April 24, 2026

ହାତୀପଲଙ୍କ ଉପଦ୍ରବରେ ବ୍ଯାପକ ଫସଲ ହାନି, ଚିନ୍ତାରେ ଚାଷୀ 

IMG-20230115-WA0010
Share

 

ବୁଗୁଡା : ତା ୧୫/୦୧/୨୩ : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ନୂଆଁ ଦଦରାଖୋଲ ଓ ମହୁଲପଲ୍ଲୀ ଗାଁରେ ଗତକାଲି ରାତିରେ ୮ ଟିକିଆ ହାତୀ ପଲର ଉପଦ୍ରବରେ ବ୍ଯାପକ ଫସଲ ହାନି ଘଟିଥିବା ଜଣାଯାଇଛି । ପ୍ରକାଶ ଯେ, ଗତକାଲି ମଧ୍ୟରାତ୍ରରେ ନୂଆଁ ଦଦରାଖୋଲ ଗ୍ରାମର ନାରାୟଣ ପ୍ରଧାନଙ୍କ କିଆରୀରେ ହାତୀ ପଲ ପଶି କୋବି, ବାଇଗଣ, କଦଳୀ ଫସଲ ଖାଇବା ସହ ବିଭିନ୍ନ ଫସଲର ତଳିକୁ ଦଳି ଚକଟି ନଷ୍ଟ କରିଥିବା ବେଳେ ମହୁଲପଲ୍ଲୀ ଗାଁର ତ୍ରିନାଥ ପ୍ରଧାନଙ୍କ କିଆରୀରେ ପଶି ଆଖୁ, ଟମାଟ, କଦଳୀ, ବାଇଗଣ ଆଦି ଖାଇବା ସହ ବ୍ଯାପକ ଫସଲ ନଷ୍ଟ କରିଛନ୍ତି । ଏନେଇ ଚାଷୀମାନେ ବନ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ, ଆଜି ସନ୍ଧ୍ୟାରେ ମାଣିତରା, ସାପୁଆପଲ୍ଲୀ, ଢିମିରିସାହି ଆଦି ଗ୍ରାମ ନିକଟସ୍ଥ କଦଳୀ ବଗିଚା ସହ ବିଭିନ୍ନ କିଆରୀରେ ପଶି ବ୍ଯାପକ ଫସଲ ନଷ୍ଟ କରିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ସାତ ଦିନ ହେଲା ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ପଲର ଉପଦ୍ରବ ଯୋଗୁଁ ବ୍ଯାପକ ଫସଲ ହାନି ଘଟୁଥିଲେ ହେଁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ସକ୍ରିୟ ନାଇଟ୍ ପେଟ୍ରୋଲିଂ କରାଯାଉ ନ ଥିବା ଅଭିଯୋଗ ହେଉଛି । ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ପ୍ରକାଶ ଥାଉ କି, ବର୍ତ୍ତମାନ ହାତୀ ପଲ ମାଣିତରା ସେକ୍ସନ୍ ଅନ୍ତର୍ଗତ ସେନାପତି ଜଙ୍ଗଲରେ ଥିବା ସୂଚନା ମିଳିଥିଲା ବେଳେ ଚାଷୀଙ୍କୁ ଫସଲ ହାନି ଚିନ୍ତା ଘାରିଥିବା ଜଣାଯାଇଛି ।