November 15, 2024

ଷଷ୍ଠ ସର୍ବଭାରତୀୟ ମାବଶୁଳୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟନ।

Share

 

ହାଟଡିହି ବ୍ଳକ ଅନ୍ତର୍ଗତ ମଠ କପୁଣ୍ଡି ମିନି ଷ୍ଟାଡିୟମ ହାଟଡିହି ଠାରେ ସର୍ବଭରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟନ ହୋଇଯାଇଛି। ଆଜି ପ୍ରଥମ ଦିନ ରେ ପ୍ରଥମ କ୍ୱାଟର ଫାଇନାଲ ରେ ମ୍ୟାଚ ୟୁନିକ କେନ୍ଦୁଝର ଓ ପ୍ରୋଗ୍ରେସିଭ ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରଥମେ ୟୁନିକ୍ କେନ୍ଦୁଝର ବ୍ୟାଟିଂ କରି ୨୦ଓଭର ରେ ୧୧୭ରନ୍ କରିଥିଲେ। ଦଳ ପକ୍ଷରୁ ଦୀପକ ନାରାୟଣ ରାଉତ ସର୍ବାଧିକ ୪୩ବଲ ରେ ୪୩ ରନ୍ ସଂଗ୍ରହ କରିଥିବା ବେଳେ ୩ଚୌକା ୩ଛକା ମାରିଥିଲେ। ଜବାବ ରେ ଦ୍ୱିତୀୟ ଇନୀଙ୍ଗସ ରେ ପ୍ରୋଗ୍ରେଶିଭ ଝାରସୁଗୁଡ଼ା ୧୫.୫ଟି ବଲ ଖେଳି ୧୧୯ରନ୍ କରି ପ୍ରଥମ ସେମି ଫାଇନାଲ ଯାଇଥିଲେ। ଏହି ଖେଳ କୁ ବରିଷ୍ଠ ଆମ୍ପାୟର ଶାନ୍ତନୁ ରାଉତ , ବିଜୟ ଜେନା,ସ୍କୋର ର ଜ୍ୟୋତି ରଞ୍ଜନ ଜେନା , ରଶ୍ମି ରଞ୍ଜନ ବେହେରା, ,ଭାଷ୍ୟ କାର ସୁରେଶ ସଂଡଲେ, ତପନ ମଜୁମଦାର, ସୁଧାଂଶୁ ଶେଖର ମହାନ୍ତି ରହି ଥିଲେ। ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଖେଳ ରେ ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ ରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ମନୋଜ କୁମାର ପାତ୍ର, ଗଣେଶ କୁମାର କୁଅଁର, ଦାଶରଥି ଦେବତା, ପ୍ରଫିଲ ସ୍ୱାଇଁ, ଉପ ଦେଷ୍ଟା ଧବଳେଶ୍ୱର ପଟନାୟକ, ଅମିୟ ରଞ୍ଜନ ନାୟକ, ପଦ୍ମନାଭ ସାମଲ, ଦେବାଶିଷ ବାରିକ୍, ପ୍ରଦୀପ ଜେନା, ନିରାକାର ଜେନା, ପ୍ରମୁଖ ରହି ଥିବା ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ ଜେନା, ମାନସ ଜେନା, ଅଜୟ କୁମାର ଜେନା, ପ୍ରଦୀପ ଜେନା(କାଳିଆ) , ବିଜୟ ମଲିକ, ରବୀନ୍ଦ୍ର କୁଅଁର, ଏମଡି ବାବୁ, ଭଗବାନ ନାୟକ, ପଙ୍କଜ ଗୁପ୍ତା, ବିପିନ ଜେନା, ବିଦା ଧର ମୁଦୁଲି, ହାଡିବନ୍ଧୁ ଭୂୟାଁ, ଟିକୁ ପଢ଼ିଆରି, ସୀତାରାମ ଜେନା, ଅଜୟ କୁମାର ଜେନା, ଜିତୁନ ଧଳ, ମାନସ ଜେନା, ଟୁ କୁନଜେନା, ସନାତନ ମୁଦୁଲି , ଚିତ ରଞ୍ଜନ ନାୟକ ଙ୍କ ସହୋଯୋଗ ରେ ଖେଳ ପରିଚାଳନା ହୋଇ ଥିଲା। ଆସନ୍ତା କାଲି ସାଉଥ୍ ଇସ୍ଟ ରେଲୱେ ଖଡଗପୁର ଓ ଇଷ୍ଟ କୋଷ୍ଟ ରେଲୱେ ଓଡ଼ିଶା ମଧ୍ୟରେ ଅନୁଷ୍ଠିତ ବୋଲି ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। (ଫଟୋ)

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।