March 7, 2026
WhatsApp Image 2025-12-14 at 8.34.25 PM
Share

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର) ୧୪.୧୨.୨୦୨୫ରିଖ ରବିବାର ଦିନ ସକାଳ ୮.୩୦ ମିନଟସମୟରେ ବେଗୁନିଆ ସ୍ଵାସ୍ଥ କେନ୍ଦ୍ର ଠାରେ ବେଗୁନିଆ ନୂଆସାହିସ୍ଥିତ ପତିତପାବନ ଯୁବକ ସଂଘ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛିସଂଘର ସଭାପତି ରଶ୍ମି ଚାନ୍ଦ କର,ସଂପାଦକ ଗଙ୍ଗାଧରମାର୍ଥା, ଉପସଭାପତି ବିଶ୍ଵରଞ୍ଜନ ଦାସ,ସହ ସଂପାଦକ ବଟକୃଷ୍ଣ ମହାପାତ୍ର, କୋଷା ଦକ୍ଷ ଲକ୍ଷ୍ମୀଧରସାହୁ, ଉପସ୍ଥିତ ରହି କାର୍ଯ୍ୟ କର୍ମକୁ ପରିଚାଳନା କରିଥିଲେ ନୂଆସାହିସ୍ଥିତ ମନ୍ଦିରକମିଟି ସଭାପତି ଦୀନ ବଂଧୁ ଦାସ, ଶିକ୍ଷାବିତ ଜଗନ୍ନାଥ କମିଟି ସଂପାଦକ ଭାଗିରଥି ପରିଡା, ଉପଦେଷ୍ଟା ଶିକ୍ଷାବିତ ଡିଙ୍ଗର ଉଚ୍ଚମାଧ୍ଯ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀବା କର ସାହୁ, ଡାକ୍ତର ମଧୁସୂଦନ ସୁବୁଦ୍ଧି,ବ୍ଳଡବ୍ୟାଙ୍କର ଅରୁଣ କୁମାର ସାହୁ, ଝାନ୍ସି ରାଣିପାତ୍ର, ଲକ୍ଷ୍ମୀପ୍ରୀୟା ପ୍ରଧାନଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ ଏହି ଶିବିରକୁ ବେଗୁନିଆ ସହିତ ବେଗୁନିଆ ସହିତ ସଲଗ୍ନ ସମସ୍ତ ଗ୍ରାମର ସ୍ଵେଛାକୃତ ଯୁବ ପୀଢି ରକ୍ତଦାନଦେବା ସହିତ ସରସ ସୁନ୍ଦର କରିଥିଲେଏହିଶିବିରରେ ରେକର୍ଡ ସଂଖ୍ୟକ ୧୦୪ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା ଯୁବକ ସଂଘର ରବି ନାରାୟଣ ଦଳେଇ, ରାକେଶ ହରିଚନ୍ଦନ, ସରୋଜ ମହାପାତ୍ର, ସତ୍ୟ ପ୍ରୀୟ ମହାପାତ୍ର, ଦୀପକ ସାହୁ, ପ୍ରସାନ୍ତ ଜେନା, ଶୁଭକାନ୍ତ ଦାସ, ଲାଲା ଅମିତ କୁମାର ରାୟ,ନୀତେଶ ରଂଜନ ବରାଳ ତଥା ସମସ୍ତ ସଦସ୍ୟକାର୍ଯ୍ୟକ୍ରମକୁ ସାଫ୍ୟଲ୍ୟ ମଣ୍ଡିତ କରିଥିଲେ ଉକ୍ତ ମହତ କାର୍ଯ୍ୟରେ ପତିତପାବନ ଯୁବକ ସଂଘର ଶୃଙ୍ଖଳିତ କାର୍ଯ୍ୟଧାରାକୁ ଦେଖି ଡାକ୍ତରମଧୂ ସୁଦନ ସୁବୁଦ୍ଧି ଉଚ୍ଚ ପ୍ରଶଂସା କରିଥିଲେ ଶେଷରେ ସମ୍ପାଦକ ଗଙ୍ଗାଧର ମାର୍ଥା ସମସ୍ତ ରକ୍ତଦାତା ଓ ସହଯୋଗୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ